Friday, March 29, 2024

Top 5 This Week

Related Posts

କାଗଜ ପେଟିରେ ମୃତ ଶିଶୁ ପୁତ୍ରର ମୃତ ଦେହ ଉଦ୍ଧାର

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର, ତା(୨୧/୧୧) : କାଗଜ ପେଟିରେ ମୃତ ଶିଶୁ ପୁତ୍ରର ମୃତ ଦେହ ଉଦ୍ଧାର କରାଯାଇଛି । ବଲାଙ୍ଗିର ଜିଲ୍ଲାରେ ଏପରି ଘଟଣା ଦୃଷ୍ଟି କୁ ଆସିଛି । ଉକ୍ତ ମୃତ ଶିଶୁ ଟି କିଏ ଓ କାହିଁକି ଏମିତି ଅବସ୍ଥାରେ ମୃତଦେହ ଫିଙ୍ଗିଲେ, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ ।

ବଲାଙ୍ଗୀର ଜିଲ୍ଲାର ପୁଇଁନ୍ତଲା ଥାନା ଅନ୍ତର୍ଗତ ଆଠଗାଁ-ଉପରଝର ରାସ୍ତାର ଉପରଝର ଘାଟି ନିକଟରେ ଗୋଟିଏ କାଗଜ କାର୍ଟୁନ ପଡ଼ିଥିଲା । ଆଉ ସେହି କାଗଜ ପେଟିରେ ନବଜାତ ଶିଶୁ ପୁତ୍ରର ମୃତଦେହ ଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏ ନେଇ ପରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁ ପୁତ୍ରର ମୃତଦେହ ଜବତ କରିଛି । ଉକ୍ତ ମୃତଦେହ କିଏ ଓ କାହିଁକି ଫିଙ୍ଗିଛି, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ବର୍ତ୍ତମାନ ସୁଦ୍ଧା ମୃତଦେହ ନେଇ କୌଣସି ପରିଚୟ ମିଳି ପାରି ନ ଥିବା ପୋଲିସ ପ୍ରକାଶ କରିଛି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles