Friday, March 29, 2024

Top 5 This Week

Related Posts

ହ୍ୱାଟସପ୍ ଲଟେରୀ, ସିମ୍ କାର୍ଡ ଭେରିଫିକେସନ୍ ନାଁରେ ହେଉଛି ସାଇବର ଠକେଇ : ସତର୍କ କଲା ପୁଲିସ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୧୮/୦୭) : ସାଇବର ଠକେଇ ଦିନକୁ ଦିନ ବଢି ଚାଲିଥିବା ବେଳେ ସାଇବର ଠକ ମାନେ ନୂଆ ନୂଆ ପନ୍ଥା ଆପଣାଇ ଠକେଇ କରୁଛନ୍ତିି । ଏଥିପାଇଁ ସେମାନେ ଲଟେରୀ, ଲୋନ, ଗିଫ୍ଟ, ବିବାହ, ହନିଟ୍ରାପ୍ ଆଦି ପନ୍ଥା ଆପଣାଇ ଠକେଇ କରୁଥିବା ବେଳେ ଏବେ ଠକେଇ ଏକ ନୂଆ ତରିକା ସାମ୍ନାକୁ ଆସିଛି । ସାଇବର ଠକମାନେ ହ୍ୱାଟସପ୍ ଆପ୍ ରେ ଲଟେରୀ ଜିତିଥିବା ନେଇ ଫୋନ କରି ଠକେଇ କରିବା ସହ ସିମ୍ କାର୍ଡ ଭେରିଫିକେସନ୍ ନାଁରେ ମଧ୍ୟ ଠକେଇ କରୁଛନ୍ତିି ।

ଏନେଇ କମିଶନରେଟ ପୁଲିସ ପକ୍ଷରୁ ଜନସାଧାରଣଙ୍କ ସଚେତନ ନିମନ୍ତେ ଅବଗତ କରାଯାଇଛି । ଏନେଇ ଭୁବନେଶ୍ୱର ଡିସିପି ଟୁଇଟ କରି କହିଛନ୍ତି ଯେ, ହ୍ୱାଟସପ୍ ଆପ୍ ପକ୍ଷରୁ ଆପଣ ଲଟେରୀ ଜିତିଥିବା ନେଇ ଫୋନ୍ କଲ ଆସୁଛି । ଏଥିପ୍ରତି ଦୃଷ୍ଟି ନ ଦେବାକୁ କୁହାଯାଇଛି । ଫୋନ୍ କଲର ଏକ ଅଡ଼ିଓ ରେକଡିଂ ମଧ୍ୟ ଏହି ଟୁଇଟରେ ପୋଷ୍ଟ କରାଯାଇଛି ।

ଏହି ଅଡ଼ିଓରେ ଜଣେ ବ୍ୟକ୍ତ ଫୋନ କରି ହ୍ୱାଟସପ୍ ହେଡ ଅଫିସ୍ ନୂଆଦିଲ୍ଲୀ ଅଫିସରୁ ସେ ଫୋନ କରିଥିବା ସୂଚନା ଦେବା ସହ ଆପଣଙ୍କ ହ୍ୱାଟସପ୍ ନମ୍ବର ୨୫ ଲକ୍ଷ ଟଙ୍କାର ଲଟେରୀ ଜିତିଥିବା କହୁଛନ୍ତି । କିପରି ଲଟେରୀ ଜିତିଛନ୍ତି ତା’ ଉପରେ ସୂଚନା ଦେଇ କହୁଛନ୍ତି ଭାରତ ସମେତ ୫ଟି ଦେଶର ଲକି ଡ୍ର ନମ୍ବରରେ ଆପଣ ସିଲେକ୍ଟ ହୋଇଛନ୍ତିି ।

ଲଟେରୀ ଟଙ୍କା ପାଇବା ପାଇଁ ମୁମ୍ବାଇ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଜଣେ କର୍ମଚାରୀଙ୍କୁ ନମ୍ବର ଦେଇଥିବା କହୁଛନ୍ତି । ଉକ୍ତ ନମ୍ବରକୁ ହ୍ୱାଟସପ୍ରେ କଲ କରିବା ପାଇଁ କହିବା ସହ ସେ ଆପଣକୁ କିପରି ଟଙ୍କା ପାଇବେ ସେ ସମ୍ପର୍କରେ ଅଧିକ ସୂଚନା ଦେବେ ବୋଲି କହୁଥିବା ଶୁଣିବାକୁ ମିଳୁଛି । ତେବେ ଏହା ହେଉଛି ଠକେଇର ଏକ ପ୍ଲାନ । ଏଥିପ୍ରତି ସତର୍କ ରହିବାକୁ କମିଶନରେଟ ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ସେହିପରି ସିମ୍ କାର୍ଡ ଭେରିଫିକେସନ୍ ନାଁରେ ଏକ ମେସେଜ୍ ଆସୁଛି । ସେମାନେ ଏକ ନମ୍ବର(୬୨୯୫୨୦୩୩୨୯) ଦେବା ସହ ଉକ୍ତ ନମ୍ବରରେ ୨୪ ଘଣ୍ଟା ମଧ୍ୟରେ ଯୋଗାଯୋଗ କରିବାକୁ କହୁଛନ୍ତି । ଆପଣ ଉକ୍ତ ନମ୍ବର ସହ ଯୋଗାଯୋଗ କଲେ ସେମାନେ ବିଭିନ୍ନ ଆଳରେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ହାସଲ କରି ଠକେଇ କରୁଥିବା ସୂଚନା ମିଳିଛି ।

ତେଣୁ ଏଭଳି କୌଣସି ମେସେଜ୍ ଆସିଲେ ସେଥିପ୍ରତି ଦୃଷ୍ଟି ନ ଦେବାକୁ ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି ।

Popular Articles