ଭୈରବୀ ଜୁନିଅର କଲେଜ ରେ ଯୁବ ରେଡ଼କ୍ରସ ଆୟୋଜିତ

0
171

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,(୨୧/୧୧) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ, ପୁରୁଣାକଟ ଭୈରବୀ ଜୁନିଅର କଲେଜ ତରଫରୁ ଆଜି ରେଡ କ୍ରସ ପ୍ରୋଗ୍ରାମ ଆୟୋଜିତ ହୋଇଥିଲା l ଭୈରବୀ କଲେଜ ର ଅଧ୍ୟାପକ ଶ୍ରୀ ମନୋଜ କୁମାର ପାଠୀଙ୍କ ନେତୃତ୍ୱ ରେ ରେଡ କ୍ରସ କ୍ୟାମ୍ପ ଆରମ୍ଭ ହୋଇଥିଲା lc8139378 de38 4286 8578 dc45054c494f ଭୈରବୀ ଜୁନିଅର କଲେଜ ରେ ଯୁବ ରେଡ଼କ୍ରସ ଆୟୋଜିତ

୫୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଭୈରବୀ ଜୁନିଅର କଲେଜ ଠାରୁ ଆରମ୍ଭ କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପର୍ଯ୍ୟନ୍ତ ରେଡ କ୍ରସ ର ସଫେଇ ଅଭିଯାନ ଆରମ୍ଭ ହୋଇଥିଲା l ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ପଛପଟେ ଥିବା ହରିଜନ ସାହି ରେ ସମସ୍ତ ରାସ୍ତା ଘାଟ ସଫା କରାଯାଇଥିଲା ଏବଂ ଆଖ ପାଖ ସମସ୍ତ ଅଞ୍ଚଳ ରେ ମଧ୍ୟ ରାସ୍ତା ସଫା କରାଯାଇଥିଲା l

ଶେଷରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ପରିସରରେ ମଧ୍ୟ ସଫେଇ କରାଯାଇଥିଲା l ମନୋଜ କୁମାର ପାଠୀ ଙ୍କ ସହିତ ଅଧ୍ୟାପକ ସଦାଶିବ ଜେନା ଏବଂ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧକ୍ଷ ଅକ୍ରୁର ସେଠି ଏହି ରେଡ କ୍ରସ ର ସଫେଇ ଅଭିଯାନ ରେ ଯୋଗ ଦେଇଥିଲେ l

ଏହି କାର୍ଯ୍ୟକ୍ରମଟି ସକାଳ ୯:୩୦ ରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଚାଲିଥିଲା l ମନୋଜ ପାଠୀଙ୍କ ସୂଚନା ଅନୁଯାଇ ଶେଷରେ ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ସ୍ବେଛାସେବୀ ର ପ୍ରମାଣ ପତ୍ର ଦିଆଯାଇଥିଲା ଏବଂ ଆଗାମୀଦିନରେ କଲେଜ ର ବାହାର ପରିସର କୁ ଏହି କାର୍ଯ୍ୟକ୍ରମ ରେ ଅନ୍ତର୍ଭୁକ୍ତ କରାଯିବ ବୋଲି ମଧ୍ୟ ସୂଚନା ମିଳିଛି |