ସତ୍ୟ ସାଇ ସେବା ସମିତି ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ

0
194

ରିପୋର୍ଟ : ରଞ୍ଜୀତ ବେହେରା //
ଢେଙ୍କାନାଳ,(୨୧/୧୧) : ଆଜି ଶ୍ରୀ ସତ୍ୟ ସାଇ ସେବା ସମିତି ଆନୁକୂଲ୍ୟରେ ସତ୍ୟ ସାଇ ବାବାଙ୍କ ୯୬ ତମ ଜନ୍ମଦିବସ ଉପଲକ୍ଷେ ଢେଙ୍କାନାଳ ସହରର ପି ଡବ୍ଲୁ ଡ଼ି କଲୋନୀ ସାଇ ମନ୍ଦିରରେ ପ୍ରେମ ସଂଜୀବନି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।82f26d12 6d08 4914 9aa9 8426d84fd525 ସତ୍ୟ ସାଇ ସେବା ସମିତି ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ

ଉକ୍ତ ରକ୍ତଦାନ ଶିବିରରେ ଢେଙ୍କାନାଳ ଶାଇ ମନ୍ଦିରର ଆଶ୍ରିତ ସହରବାସୀ ତଥା ଗେଙ୍ଗୁଟିଆ ଭଜନ ମଣ୍ଡଳୀ ର ଭାଇ ଭଉଣୀମାନେ ରକ୍ତଦାନ କରିଥିଲେ । ଉକ୍ତ ଶିବିରରେ ଢେଙ୍କାନାଳ ସତ୍ୟ ସାଇ ସେବା ସମିତି ର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ରଶ୍ମି ରଞ୍ଜନ ଦାସ, ଜିଲ୍ଲା ସେବା ସଂଯୋଜକ ଶ୍ରୀ ବ୍ରଜବନ୍ଧୁ ଚିନାରା, ଜିଲ୍ଲା ଆଧ୍ୟାତ୍ମିକ ସଂଯୋଜକ ଶ୍ରୀ ବିରଞ୍ଚି ନାରାୟଣ ନାଥ, ଜିଲ୍ଲା ବେଦ ସଂଯୋଜକ ଆର୍ତ୍ତବନ୍ଧୁ ଦାସ ସମିତି ଆବାହକ ଶ୍ରୀ ବିମ୍ବାଧର ସାସମଲ, ଜିଲ୍ଲା ଯୁବ ସଂଯୋଜିକା କୁମାରୀ ଅମ୍ରିତା ନାଥ, ସମିତି ଶିକ୍ଷା ସଂଯୋଜିକା ଶ୍ରୀମତୀ ସୁଚିତ୍ରା ବେହେରା ନ୍କ ସମେତ ଅନ୍ୟ ସଭ୍ୟ ସଭ୍ୟା ମାନେ ସହଯୋଗ କରିଥିଲେ । ଆଜିର ଏହି ରକ୍ତଦାନ ଶିବିରରେ ୩୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।