ଗ୍ରାମୀଣ ଜଳଯୋଗାଣ କର୍ମଚାରୀ ଙ୍କ ଦାବୀ ପୂରଣ ନ ହେବାଯାଏଁ ପାଣି ଛାଡ଼ିବା ଠପ ଓ ଧାରଣା

0
427

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର,(୨୨/୧୧) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଏସ ଇ ଏମ ଓ ଗ୍ରାମୀଣ ଜଳଯୋଗାଣ କର୍ମଚାରୀ ୭ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀ ଓ ପଞ୍ଚାୟତରାଜ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ସୁଧାକର ରଇତଙ୍କ ଜରିଆରେ ପ୍ରଦାନ କରିଥିଲେ ।c9975851 627b 45a5 b09a 29b1c68e9298 ଗ୍ରାମୀଣ ଜଳଯୋଗାଣ କର୍ମଚାରୀ ଙ୍କ ଦାବୀ ପୂରଣ ନ ହେବାଯାଏଁ ପାଣି ଛାଡ଼ିବା ଠପ ଓ ଧାରଣା

ଏସ ଇ ଏମ ଓ ଗ୍ରାମୀଣ ଜଳଯୋଗାଣ କର୍ମଚାରୀ ର ଜିଲା ସଭାପତି ରାମ କୃଷ୍ଣ ପଣ୍ଡାଙ୍କ ନିର୍ଦେଶ କ୍ରମେ ବ୍ଲକ ସଭାପତି ଇଶ୍ଵର ମୁଣ୍ଡଛେନାଙ୍କ ନେତୃତ୍ୱରେ ବ୍ଲକ ର ୫୨ ଜଣ କର୍ମୀ ଉପସ୍ଥିତ ରହି ଦାବି ପତ୍ର ପ୍ରଦାନ କରିଥିଲେ । ଦାବି ଗୁଡିକ ହେଲା ଏସ ଇ ଏମ ପଦ ଉଚ୍ଛେଦ କରି ଗ୍ରାମ୍ୟ ଜଳଯୋଗାଣ କର୍ମଚାରୀ ମାନ୍ୟତା ପ୍ରଦାନ, ସମାନ କାମକୁ ସମାନ ଦରମା ଦିଆଯାଉ, ୫ ବର୍ଷ ବୟସ କୋହଳ କରାଯାଉ, ୧୦ ବର୍ଷର ଏରୀୟର କରା ଯାଉ, ଗ୍ରାମପଞ୍ଚାୟତ ରୁ ଦରମା ବନ୍ଦ କରି ଆମକୁ ଡିପାର୍ଟମେଂଟ ତରଫରୁ ଦରମା ଦିଆଯାଉ, ଉକ୍ତ ପରିବାରରୁ ଜଣକୁ ସେହି ସଂସ୍ଥାରେ ନିଯୁକ୍ତି ଦିଆଯାଉ, କାର୍ଯ୍ୟ କରୁଥିବା ସମୟରେ କୌଣସି କର୍ମଚାରୀ ଦୁର୍ଘଟଣା ରେ ମୃତ୍ୟୁବରଣ କଲେ ୨୦ ଲକ୍ଷ ଟଙ୍କା କ୍ଷତି ପୁରାଣ ଦେବା ପାଇଁ ଦାବି ପତ୍ରରେ ଉଲେଖ ରହିଥିଲା ।

ରାଜ୍ୟ ସଂଘ ର ନିଷ୍ପତ୍ତି କ୍ରମେ ଚଳିତ ମାସ ୨୧ ତାରିଖ ସୁଦ୍ଧା ଦାବି ପୂରଣ କରା ନ ଗଲେ ୨୨ ତାରିଖ ଠାରୁ ଏସ ଇ ଏମ ଓ ପମ୍ପଚାଳକ ଗଣ ଧାରଣାରେ ଯୋଗ ଦେବୁ ବୋଲି ଇଶ୍ୱର ମୁଣ୍ଡଛେନା, କାସିପତି ବାଗ,ଅଜିତ ନାୟକ, ଏ ସମ୍ବୁ ଲିଙ୍ଗମ, ମଧୁସୂଦନ କାଣ୍ଡ ପ୍ରମୁଖ ଉପସ୍ଥିତ ରହିଥିଲେ । କୌଣସି ଦାବୀ ପୂରଣ ନ ହେବାରୁ ଆଜି କଲ୍ୟାଣ ସିଂହପୁର ଜଳଯୋଗାଣ ଗୃହ ସମୂଖ ରେ ଗ୍ରାମୀଣ ଜଳ ଯୋଗାଣ କର୍ମଚାରୀ ମାନେ ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ଜଳ ଠଫ କରି ଧାରଣା ରେ ରହିବୁ ବୋଲି ପ୍ରକାଶ କରିଛନ୍ତି ।