ରାୟଗଡ଼ାରେ ଜିଲ୍ଲା ସ୍ତରୀୟ ଶହିଦ ଲକ୍ଷ୍ମଣ ନାୟକଙ୍କ ୧୨୩ ତମ ଜନ୍ମ ଜୟନ୍ତୀ ପାଳିତ

0
255

ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା,(୨୨/୧୧) : ରାୟଗଡ଼ାରେ ଜିଲ୍ଲା ସ୍ତରୀୟ ଶହିଦ ଲକ୍ଷ୍ମଣ ନାୟକଙ୍କ ୧୨୩ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି | ରାୟଗଡ଼ା କୋରାପୁଟ ଜାତୀୟ ରାଜ ମାର୍ଗ ଶାସ୍ତ୍ରୀନଗର ଠାରେ ଅବସ୍ଥାପିତ ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା |dc9da03a 4a98 4f1e 84d9 002f1ee78387 ରାୟଗଡ଼ାରେ ଜିଲ୍ଲା ସ୍ତରୀୟ ଶହିଦ ଲକ୍ଷ୍ମଣ ନାୟକଙ୍କ ୧୨୩ ତମ ଜନ୍ମ ଜୟନ୍ତୀ ପାଳିତ

ରାୟଗଡ଼ାରେ ଜିଲ୍ଲା ସ୍ତରୀୟ ଶହିଦ ଲକ୍ଷ୍ମଣ ନାୟକଙ୍କ ୧୨୩ ତମ ଜନ୍ମ ଜୟନ୍ତୀ ଅବସରରେ ରାୟଗଡ଼ା ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଦକ୍ଷତାରେ ମାନ୍ୟବର ମନ୍ତ୍ରୀ ଅନୁସୂଚିତ ଜାତି ଓ ଜନଜାତି ପଛୁଆ ଵର୍ଗ କଲ୍ୟାଣ ବିଭାଗ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ |

ସମ୍ମାନୀୟ ଅତିଥି ରୂପେ ରାୟଗଡ଼ା ବିଧାୟକ ଶ୍ରୀଯୁକ୍ତ ମକରନ୍ଦ ମୁଦୁଲି , ଜିଲ୍ଲା ପରିଷଦ ଅଦକ୍ଷ ଶ୍ରୀ ଗଙ୍ଗାଧର ପୁଆଲା , ଉପ ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ , ଡ଼ଃ ନରେନ୍ଦ୍ର ମିଶ୍ର , ଶିକ୍ଷାବିତ୍ ଡ଼ଃ.ଦୁସ୍ମନ୍ତ ମହାନ୍ତି , ସେବା ସ୍ତମ୍ଭ ରାଜ୍ୟ ସମ୍ପାଦକ ଡ଼ଃ.ବୋମାଲି କାନ୍ତାରାଓ , ସହିଦ ଲକ୍ଷ୍ମଣ ନାୟକ ଯୁବକ ସଂଘର ସଭାପତି ଶ୍ରୀ ଦୋରା କୋଣ୍ଡାଗରୀ ଉପସ୍ଥିତ ରହି ଶହିଦ ଲକ୍ଷ୍ମଣ ନାୟକଙ୍କ ସଂଗ୍ରାମ ଓ ଜୀବନ ଆଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ |

ସେହିଭଳି ରାୟଗଡ଼ା ସହରର ବୁଦ୍ଧିଜୀବୀ , ଗଣମାଧ୍ୟମ ପ୍ରତିନିଧି , ଶାସ୍ତ୍ରୀନଗର ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ବୃନ୍ଦ ଏବଂ ଆର.ଏସ.ଇ.ଡବ୍ଲୁ.ସି ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ବୃନ୍ଦ ଯୋଗଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ | ଉକ୍ତ କାର୍ଯ୍ୟକ୍ରମକୁ ସରକାରଙ୍କ ସମ୍ପୂର୍ଣ କୋଭିଡ ଗାଇଡଲାଇନ ଅନୁଯାୟୀ ପାଳନ କରିଥିଲେ | ଶେଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ |