ବାଲିଗୁଡା ସହର ରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବଣ୍ଟନ ଶୁଭାରମ୍ଭ

0
333

ରିପୋର୍ଟ : ବିଭୁତି ଲହରିଆ //
ବାଲିଗୁଡା,(୨୨/୧୧) : କନ୍ଧମାଳ ଜିଲ୍ଲା ଆଜି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଯୋଡି ହେଲା l ମାନ୍ୟବର ମୁଖ୍ୟମନ୍ତ୍ରୀ ନଵୀନ ପଟନାୟକ ଫୁଲବାଣୀ ମିନି ଷ୍ଟାଡିଅମରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି l ଏହି ଅବସରରେ ବାଲିଗୁଡା ସହର ରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହିତାଧିକାରୀ ଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇଛି l 080bc871 066a 4044 a6d3 84050c0b04cb ବାଲିଗୁଡା ସହର ରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବଣ୍ଟନ ଶୁଭାରମ୍ଭ

ବାଲିଗୁଡା ବିଜୁ ପଟନାୟକ ମିନି ଷ୍ଟାଡିଅମ ରେ ରାଜ୍ୟ ଯୁବ କଲ୍ୟାଣ ବୋର୍ଡ ର କାର୍ଯ୍ୟକାରୀ ଅଧକ୍ଷ୍ୟ ବିଜୟ କୁମାର ନାୟକ ଯୋଗଦେଇ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି l ବାଲିଗୁଡା ନଗର ସାଂସଦ ପ୍ରତିନିଧି ଲୋକନାଥ ପାଢ଼ୀ, ତହସିଲଦାର ଶଶାଙ୍କ ପାତ୍ର ଏହି ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିଲେ l ବାଲିଗୁଡା ସହର ରେ ମୋଟ ୩୩୩୪ ଜଣ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଏହି ସ୍ମାର୍ଟ କାର୍ଡ ବଣ୍ଟନ କରାଯିବ l ଆଜି ପ୍ରଥମ ଦିନ ରେ ପ୍ରଥମ ପର୍ଯ୍ୟାୟ ରେ ବିଜୁ ପଟନାୟକ ମିନି ଷ୍ଟାଡିଅମ, କଲ୍ୟାଣ ମଣ୍ଡପ ଓ ବାଲିଗୁଡା ସଭାଗୃହ ଠାରେ ତିନୋଟି ସ୍ଥାନ ରେ ମୋଟ ୮୬୦ ଜଣ ମହିଳା ଓ ପୁରୁଷ ଙ୍କୁ ସ୍ମାର୍ଟ କାର୍ଡ ପ୍ରଦାନ କରାଯିବା ଧାର୍ଯ୍ୟ କରାଯାଇଛି le517c1e3 e1b1 49b1 966b 9423e931e240 ବାଲିଗୁଡା ସହର ରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବଣ୍ଟନ ଶୁଭାରମ୍ଭ

ତେବେ ମୁଖ୍ୟମନ୍ତ୍ରୀ ନଵୀନ ପଟନାୟକ ଙ୍କ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଭଳି ପଦକ୍ଷେପ ପାଇଁ ହିତାଧିକାରୀ ଲଷ୍ମୀ ସାହୁ, ମିରୁତା ନାୟକ, ମନୋରମା ସାହୁ,ସତ୍ୟ ଭାମା ନାୟକ ସମେତ ବାଲିଗୁଡା ନଗରବାସୀ କୃତଜ୍ଞତା ଜଣାଇଛନ୍ତି | ସେହିପରି ଅପରାହ୍ନ ରେ ମାନ୍ୟବର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ବାଲିଗୁଡା ବ୍ଲକ ର ବାରଖମା, ସୁଡ୍ରା, ରେବୀଙ୍ଗିଆ, ବୁଦ୍ରୁକିଆ ଓ ବାଟାଗୁଡା ପଂଚାୟତ ରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି |