ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଯୁବ ରେଡକ୍ରସ ସ୍ଵେଚ୍ଛାସେବୀଙ୍କୁ ପ୍ରଶିକ୍ଷଣ

0
105
ଢେଙ୍କାନାଳ ସ୍ୱୟଂ ଶାସିତ

ରିପୋର୍ଟ : ରଞ୍ଜୀତ ବେହେରା //
ଢେଙ୍କାନାଳ,(୨୨/୧୧) : ଆଜି ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଯୁବ ରେଡକ୍ରସ ସ୍ଵେଚ୍ଛାସେବୀଙ୍କ ତିନିଦିନିଆ କ୍ଲଷ୍ଟର ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟାଶାଳା ଆରମ୍ଭ ହୋଇଯାଇଛି ।

ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ରଞ୍ଜିତ କୁମାର ପ୍ରଧାନ ଏହାକୁ ଆନୁଷ୍ଠାନିକ ଭାବେ ରେଡ଼କ୍ରସ ପତାକା ଦେଖାଇ ଆରମ୍ଭ କରାଇଥିଲେ । ମୁଖ୍ୟ ଅତିଥିରୁପେ ଢେଙ୍କାନାଳ ଜିଲ୍ଲା ରେଡ଼କ୍ରସର ଉପସଭାପତି ବିରଞ୍ଚି ନାରାୟଣ ପାଣି ଏଥିରେ ଯୋଗଦେଇ ରେଡ଼କ୍ରସର ଲକ୍ଷ, ରକ୍ତଦାନ ଓ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧରେ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ । ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ତଥା ଯୁବ ରେଡ଼କ୍ରସ ର ପୂର୍ବତନ ଆବାହକ ଡ଼ ଦେବାଶିଷ ମହାନ୍ତି ତାଙ୍କର ଅଭିଭାଷଣରେ ମାନବ ସେବାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ।

ଜିଲ୍ଲା ଯୁବ ରେଡ଼କ୍ରସ ର ସଂଯୋଜକ ଡ଼ ଭୁପେଶ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମ କୁ ପରିଚାଳନା କରିବା ସହ ରେଡ଼କ୍ରସର ଇତିହାସ ଉପରେ ଆଲୋକପାତ କରିଥିଲେ । ପରିଶେଷରେ ଅଧ୍ୟାପକ ତଥା ମହାବିଦ୍ୟାଳୟ ର ଯୁବ ରେଡ଼କ୍ରସ ର ପରାମର୍ଶଦାତା ଶ୍ରୀ ରଶ୍ମିରଞ୍ଜନ ନାୟକ ଧନ୍ୟବାଦ ଅର୍ପଣ କରିବା ସହ ତିନିଦିନିଆ ଶିବିରର କାର୍ଯ୍ୟସୂଚୀ ପାଠ କରିଥିଲେ । ଏହି ପ୍ରଶିକ୍ଷଣରେ ସମୁଦାୟ ୫ଟି ମହାବିଦ୍ୟାଳୟର ୨୦ ଜଣ ପ୍ରଶିକ୍ଷାର୍ଥୀଙ୍କ ସମେତ ଯୁବରେଡ଼କ୍ରସ ର ପରାମର୍ଶଦାତା ଅଂଶ ଗ୍ରହଣ କରିଥିଲେ ।