କୋଦଳା ମେଡିକାଲ ଅଫିସରଙ୍କ ବିଚିତ୍ର ନୀତି! ହାତଗୁଞ୍ଜା ଦିଅ ଡିୟୁଟି ନକରି ଦରମା ନିଅ

0
221

ରିପୋର୍ଟ: ରାକେଶ ମହାରଣା //
କୋଦଳା (୧୮/୦୭): ଗଞ୍ଜାମ ଜିଲ୍ଲା କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଇନଚାର୍ଜ ଡ଼ଃ ସୁଜିତ କୁମାର ବେହେରାଙ୍କ ଅଜବ ନୀତି,ହାତଗୁଞ୍ଜା ଦେଇଦେଲେ ଡିୟୁଟି ନ କରି ଦରମା ନିଅ।ଏ ଉପରେ ଗୋଟିଏ ପରେ ଗୋଟିଏ ଅଭିଯୋଗ ଆସିବାରେ ଲାଗିଛି।ତଳଦିନେ ଏଭଳି ମନମୁଖୀ କାର୍ଯ୍ୟ ପାଇଁ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରସାରଣ ହୋଇଥିଲା।358181d6 05ab 4f43 a71c 43b3d8889521 କୋଦଳା ମେଡିକାଲ ଅଫିସରଙ୍କ ବିଚିତ୍ର ନୀତି! ହାତଗୁଞ୍ଜା ଦିଅ ଡିୟୁଟି ନକରି ଦରମା ନିଅ

ଯାହାକି ରାହାଡା ସେକ୍ଟର ଏ.ଏନ.ଏମ କୁମୁଦିନୀ ଙ୍କ ବଦଳରେ ତାଙ୍କ ସ୍ବାମୀ ସେଠାରେ ଡିୟୁଟି କରୁଛନ୍ତି। ଏହାକୁ ନେଇ ରାତି ଅଧିଆ ରାୟଗଡାକୁ ବଦଳି କରି ଦିଆଗଲା। କିନ୍ତୁ ବର୍ତ୍ତମାନ କୋଦଳା ରେ ଏସ.ଆଇ ଏସ ସିକ୍ୟୁରୀଟି ସଂସ୍ଥା ଏଠାରେ ୭ ଜଣଙ୍କୁ ନିଯୁକ୍ତି ଦେଇଥିବା ବେଳେ ମାତ୍ର ୨ ରୁ ୩ ଜଣ ହିଁ ଡିୟୁଟି କରୁଥିବା ଦେଖିବାକୁ ମିଳୁଛି।ଅନ୍ୟମାନେ କାଳେ ହାତଗୁଞ୍ଜା ଦେଇ ନିଜ କାର୍ଯ୍ୟ କରିବା ଜୈନିକ ବ୍ୟକ୍ତି ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମର ଗାଡିର ଡ୍ରାଇଭର ଭାବେ କାର୍ଯ୍ୟ କରୁଛନ୍ତି। ଯାହାକି କିଛି ବିଶେଷ ମୁହୂର୍ତ୍ତ କ୍ୟାମେରାରେ ମଧ କଏଦ ହୋଇ ରହିଛି।

ଏପରିକି ମେଡିକାଲ ପରିସରରେ ଘଟୁଥିବା ବିଭିନ୍ନ ଦୁର୍ନୀତି ମୂଳକ କାର୍ଯ୍ୟ ରେ ଲିପ୍ତ ରହୁଛନ୍ତି ଓ ତାଙ୍କ ପଛରେ ମେଡିକାଲ ଅଫିସର ମଧ୍ୟ ତାଙ୍କୁ ପ୍ରୋତ୍ସାହନ କରୁଛନ୍ତି। ଯଦି ଆଗକୁ ମଧ୍ୟ ଏଭଳି ଏହି ମେଡିକାଲ ରେ ଚାଲି ଆସିବ ବ୍ୟବସ୍ଥା କଣ ହେବ ତାହା ଦ୍ୱନ୍ଦରେ ତାହା ସହ ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଏତତ ବ୍ୟତୀତ ସିକ୍ୟୁରିଟ ଗାର୍ଡମାନେ ରହିବା ନିମିତ୍ତ ଏକ କୋଠରୀ ମଧ୍ୟ ଦିଆଯାଇଛି,କିନ୍ତୁ ସେଠାରେ ସେମାନେ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଥିବା ବି ଦେଖିବାକୁ ମିଳିଛି।

ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଲାଗିଥିବା ସିସିଟିଭି ଫୁଟେଜକୁ ଯଦି ଯାଞ୍ଚ କରାଯିବ ତାହେଲେ ସମ୍ପୂର୍ଣ୍ଣ ସତ୍ୟାସତ୍ୟ ଧରା ପଡିବ। ଆଗକୁ ରୋଗୀମାନେ ଉକ୍ତ ମେଡିକାଲ କୁ ଆସିଲେ ସୁଫଳ ଚିକିତ୍ସା ପାଇବା ମଧ୍ୟ କଷ୍ଟକର ହୋଇପଡିବ ତେଣୁ ଏହା ଉପରେ ଜିଲ୍ଲା ପ୍ରସାସନ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଯଥାଶୀଘ୍ର କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ ଲୋକଙ୍କ ସହ ବୁଦ୍ଧିଜୀବୀ ମାନେ ମଧ୍ୟ ଦାବି କରିଛନ୍ତି।