Friday, March 29, 2024

Top 5 This Week

Related Posts

ମହାଲକ୍ଷ୍ମୀ ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ ପୂଜା ଅନୁଷ୍ଠିତ

ରିପୋର୍ଟ : ନରୋତ୍ତମ ପାଢ଼ୀ
ମୁନିଗୁଡା,(୨୧/୧୧) : ରାୟଗଡା ଜିଲ୍ଲା ମୁନିଗୁଡା ପାଇକସାହି ମହାଲକ୍ଷ୍ମୀ ପୂଜା ପଡିଆ ଠାରେ ମହାଲକ୍ଷ୍ମୀ ପୂଜା କମିଟି ଓ ବିଜୁ ପଟ୍ଟନାୟକ ଯୁବ ସଂସଦର ମିଳିତରେ ଚଳିତ ବର୍ଷ ମାର୍ଗଶୀର ମାସରେ ଅନୁଷ୍ଠିତ ହେବାକୁ ଥିବା ପୂଜା ପାଇଁ ରବିବାର ଶୁଭ ଖୁଣ୍ଟି ସ୍ଥାପନ ପୂଜା ଅନୁଷ୍ଠିତ ହୋଇଯାଇଛି l

ମୁଖ୍ୟ ପୁରୋହିତ ଜଗବନ୍ଧୁ ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ମହାଲକ୍ଷ୍ମୀ ପୂଜା ରେ କର୍ତ୍ତା ଭାବେ ଅରକ୍ଷିତ ମାର୍ଥା ଯୋଗଦେଇ କାର୍ଯ୍ୟ ତୁଲାଇ ଥିବା ବେଳେ ପୁରୋହିତ ନିକୁଞ୍ଜ ଶତପଥୀ, ସଦାନନ୍ଦ ମହାପାତ୍ର, ଅଶୋକ କର, ମଙ୍ଗଳା ସାବତ, ସୁରେଶ ରଥ ଓ ଶଙ୍ଖୁଆ ଗଣେଶ ରଣା ପ୍ରମୁଖ ସହଯୋଗ କରିଥିଲେ l ଏହି ଅବସରରେ ପ୍ରଥମେ କଳସ ସ୍ଥାପନ କରିବା ସହ ହୋମଯଜ୍ଞ ଓ ପୂଜାର୍ଚ୍ଚନା କରାଯାଇ ଶୁଭ ଖୁଣ୍ଟିକୁ ହଳଦୀ ସିନ୍ଦୁର ଦେଇ ସ୍ଥାପନ କରାଯାଇଛି l

ଚଳିତ ବର୍ଷ ଏହି ପୂଜା ୩୪ ତମ ବର୍ଷରେ ପଦାର୍ପଣ କରୁଥିବା ବେଳେ ଏହା ଡିସେମ୍ବର ୯ ତାରିଖରୁ ଆରମ୍ଭ ହୋଇ ୧୯ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ଚାଲିବ ଏବଂ ସରକାରଙ୍କ କୋଭିଡ କଟକଣା ନିୟମ ଅନୁଯାୟୀ ପୂଜା ଅନୁଷ୍ଠିତ ହେବ ବୋଲି କମିଟିର ସଭାପତି ପୂର୍ଣଚନ୍ଦ୍ର ଗୌଡ଼, ବିଜୁ ପଟ୍ଟନାୟକ ଯୁବ ସଂସଦର ସଭାପତି ଚକ୍ରପାଣି ମାର୍ଥା ପ୍ରକାଶ କରିଛନ୍ତି l

Popular Articles