ଅବ୍ୟବସ୍ଥା ଘେରରେ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ

0
338

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,(୨୩/୧୧) : ହରଭଙ୍ଗା ବ୍ଲକ ଧଳପୁର ଠାରେ ଥିବା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଏଵେ ଅବ୍ୟବସ୍ଥା ଘେରରେ |12a9c0d5 b638 4d33 af2e 0f5245097a66 ଅବ୍ୟବସ୍ଥା ଘେରରେ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ

ଅବ୍ୟବସ୍ଥା ଘେରରେ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ | ସୂଚନା ଅନୁଯାଇ ପୁରୁଣା କଟକ-ଧଳପୁର PWD ରାସ୍ତାର ପ୍ରଶସ୍ତି କାରଣ କୁ ନେଇ ଧଳପୁର ଠାରେ ଥିବା ରାଜସ୍ବ ନିରୀକ୍ଷକ ଙ୍କ ରାସ୍ତା ପଟରେ ଥିବା ପାଚେରୀ ବିଗତ ୨ ମାସ ହେଲା ଭଙ୍ଗା ଯାଇଛି | ଯାହା ଦ୍ୱାରା କି ସଂପୁର୍ଣ୍ଣ ରାସ୍ତା ପଟୁ ଫାଙ୍କା ହୋଇଯାଇଛି | ଫଳରେ ଗାଈ, ଗୋରୁ ଓ ବିଭିନ୍ନ ଜୀବଜନ୍ତୁ ଅଫିସ ପରିବେଶ ଭିତର କୁ ଅନଧିକାର ପ୍ରବେଶ ଚାଲିଛି | ତେଣୁ ଅଫିସ ପରିସର ଭିତରେ କୈlଣସି ବୃକ୍ଷଲତା ଲଗାଇବା ସମ୍ଭବ ହୋଇପାରୁ ନି କି ସାଜ ସଜା ହୋଇପାରୁନି | ତେଣୁ ଯଥାଶୀଘ୍ର ପାଚେରୀ ତିଆରି ପାଇଁ ସ୍ଥାନୀୟ ଅଂଚଳ ବାସୀ ଦାବି କରିଛନ୍ତି |