ଶ୍ରୀରାମ ଡିଗ୍ରୀ କଲେଜ ର ସାମୁହିକ କ୍ଲାସ ରୁମ୍ ଓ ଭିତ୍ତି ପ୍ରସ୍ତର ସ୍ଥାପନ

0
270

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର,(୨୩/୧୧) : କାଶୀନଗର ଶ୍ରୀରାମ ଡିଗ୍ରୀ କଲେଜ ର ସାମୁହିକ କ୍ଲାସ ରୁମ୍ ଓ ଭିତ୍ତି ପ୍ରସ୍ତର ସ୍ଥାପନ ଉତ୍ସବରେ ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ନିଜେ ଭଲ ନାଗରିକ ହୋଇ ଚାକିରି କରିବା ଲକ୍ଷ ଛାଡି ନିଜେ ଅନ୍ୟ ପାଞ୍ଚ ଜଣକୁ ଚାକିରି ଦେଲେ ଜୀବନ ସାର୍ଥକ ହେବ ବୋଲି ଉଦବୋଧନ ଦେଇଛନ୍ତି ।

ସାଂସଦ ଙ୍କ ପାଣ୍ଠି ରୁ ଶ୍ରୀରାମ ଡିଗ୍ରୀ କଲେଜ ରେ ସାମୁହିକ ୫ଟି କ୍ଲାସ ରୁମ୍ ର ଉଦ୍ଘାଟନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ସାଂସଦ ଶ୍ରୀ ସାହୁ ଯୋଗ ଦେଇଥିବା ବେଳେ ଉପ ଜିଲ୍ଲାପାଳ ଶ୍ରୀ ଦିଲୀପ ମହାରଣା କଲେଜ୍ ଚେୟାରମେନ, ସମ୍ମାନିତ ଅତିଥି ଭାବେ ପ୍ର.ମାରୁତ ପାଳ, ଯୁକ୍ତ ଦୁଇ ଅଧ୍ୟକ୍ଷ ଶ୍ରୀ ନବ କୃଷ୍ଣ ସାହୁକାର ସଭାପତି ଭାବେ ଶ୍ରୀ ପ୍ରଶାନ୍ତ ବନ୍ ପାଲି ଯୋଗ ଦେଇଥିଲେ ।

ଏତଦ୍ ବ୍ୟତୀତ ପୂର୍ବତନ ପରିଚାଳନା କମିଟି ର ସଭ୍ୟ ସଭ୍ୟା ଙ୍କ ସହ ଗଣ ମାଧ୍ୟମ ପ୍ରତିନିଧି ବହୁ ପଦାଧିକାରୀ ଯୋଗ ଦେଇଥିଲେ । କଲେଜ୍ ତରଫରୁ ସମସ୍ତ ଅତିଥିଙ୍କ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା | ଶେଷରେ ଦେବ କାନ୍ତ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ ।