Friday, March 29, 2024

Top 5 This Week

Related Posts

ବାପଘରେ ସ୍ତ୍ରୀ ର ଶବଦାହ, ହତ୍ୟା ଅଭିଯୋଗ ଆଣିଲେ ସ୍ୱାମୀ

ରିପୋର୍ଟ: ସୁଶାନ୍ତ ବେହେରା //
ହରଭଙ୍ଗା (୧୮/୦୭): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ ପଂଚାୟତ ରାମଗଡ ଗ୍ରାମର ଖଗେଶ୍ୱର ଜଗଦଲା ନିଜ ସ୍ତ୍ରୀ ର ମୃତ୍ୟୁ ଘଟଣା ଶବଦାହ ପରେ ଶୁଣିବାକୁ ପାଇଥିଲେ ତେଣୁ ଏହା ମୃତ୍ୟୁ ନୁହେଁ ଏହାଏକ ହତ୍ୟା ବୋଲି ଥାନାରେ ଅଭିଯୋଗ କରିଛନ୍ତି | ସୂଚନା ମୁତାବକ ଆଜକୁ ୨୭ବର୍ଷ ତଳେ ଖଗେଶ୍ୱର ପିତାମ୍ବର ପୁର ପଂଚାୟତ ଫୁଲଝରି ଗ୍ରାମର ଜିରା ଜଗଦଲାଙ୍କୁ ବିବାହ କରିଥିଲେ |

ଶବଦାହ ଘଟଣା: କିଛି ଦିନ ହେଲା ଶ୍ୱଶୁର ଘର ସହିତ କିଛି ଠିକ ଠାକ ନଥିଲା | ଗତ ବର୍ଷ ଖଗେଶ୍ୱରଙ୍କ ବଡ଼ ପୁଅ ମୃତ୍ୟୁ ଘଟିଥିବାରୁ ସ୍ତ୍ରୀ ମାନସିକ ସ୍ତରରେ ଭାଙ୍ଗି ପଡିଥିଲେ | ଗୋଟିଏ ମାସ ପୂର୍ବରୁ ସ୍ତ୍ରୀ ବାପ ଘରକୁ ଯିବାକୁ କହିବାରୁ ଖଗେଶ୍ୱର ଫୁଲଝରି ଯାଇ ଛାଡି ଆସିଥିଲେ | ଗତ ବୁଧବାର ସ୍ତ୍ରୀ କୁ ଦେଖା କରି ଯାଇ ଫେରିବା ବେଳେ ତାଙ୍କ ଶଳା ଓ କିଛି ସଂପର୍କୀୟ ଲୋକ ବାଟରେ ଅଟକାଇ ମାଡ଼ ମାରି ବାଇକ ଛଡେଇ ନେଇଥିଲେ | ସେଠାରୁ ଚାଲିଚାଲି ରାମଗଡ ଆସିଥିଲେ ଖଗେଶ୍ୱର | ଗୁରୁବାର ଦିନ ଝିଅ ବାରମ୍ବାର ଫୋନ କରିବାରୁ କୋଣସି ଉତ୍ତର ମିଳିନଥିଲା |

ତେଣୁ ଖଗେଶ୍ୱର ଶ୍ୱଶୁର ଘର ପଡ଼ିଶା ଘରକୁ ଫୋନ କରିବାରୁ କାଲି ତମ ସ୍ତ୍ରୀ ମୃତ୍ୟୁ ହୋଇଥିବା ଓ ତମ ଶ୍ୱଶୁର ଘର ଶବଦାହ ମଧ୍ୟ କରିସାରିଲେଣି ବୋଲି ଖବର ମିଳିଥିଲା | ସ୍ତ୍ରୀ ର ମୃତ୍ୟୁ ଖବର ନ ଜଣାଇ ଶବ ଦାହ କେମିତି କଲ ବୋଲି ଶଳାକୁ ପଚାରିବାରୁ ତାଙ୍କ ଶଳା ସେ ଆତ୍ମହତ୍ୟା କରିଥିଲା ଏଥିପାଇଁ ଆମେ ତରବରିଆ ଶବଦାହ କରିଦେଲୁ ବୋଲି କହିଥିଲେ | ତେଣୁ ଖଗେଶ୍ୱର ଏହା ମୃତ୍ୟୁ ନୁହେଁ ଏହା ଏକ ଷଡଯନ୍ତ୍ର ହତ୍ୟା ବୋଲି ପୁରୁଣାକଟକ ଥାନାରେ ଅଭିଯୋଗ କରିଥିଲେ | ଅଭିଯୋଗକୁ ଭିତ୍ତିକରି ଥାନା ଅଧିକାରୀ ଏହି ମୃତ୍ୟୁ ଘଟଣାକୁ ସନ୍ଦେହ ଘେରରେ ରଖି ଅଭିଯୁକ୍ତ ମାନଙ୍କୁ ଥାନାକୁ ଆଣି ଘଟଣାର ସତ୍ୟାସତ୍ୟ ପଚାରୁ ଥିବାର ଜଣା ପଡିଛି |

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles