ରନ୍ଧନ ଗ୍ୟାସ ତଥା ଦରଦାମ ବୃଦ୍ଧି ନେଇ ବିଜେଡି ଦଳର ପ୍ରତିବାଦ

0
137

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର,ତା(୨୩/୧୧) : ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ରେ ବିଜେଡ଼ି ଦଳ ତରଫରୁ ରନ୍ଧନ ଗ୍ୟାସ ତଥା ଦରଦାମ ବୃଦ୍ଧି ନେଇ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି ।

ଦେଶରେ ଦିନ କୁ ଦିନ ଦରଦାମ ବଢୁଛି | କେନ୍ଦ୍ର ସରକାର ଏହାକୁ ନିୟନ୍ତ୍ରଣ କରି ପାରୁ ନାହାଁନ୍ତି ଏବଂ ରନ୍ଧନ ଗ୍ୟାସ ର ଅହେତୁକ ଦର ବୃଦ୍ଧି ପ୍ରତିବାଦ ର ଆନ୍ଦୋଳନ କୁ ରାଜ୍ୟ ସାରା ଓହ୍ଲାଇଛି ବିଜୁ ଜନତା ଦଳ । ଜିଲ୍ଲା ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ଫିରୋଜ ଖାଁ ଙ୍କ ନେତୃତ୍ୱ ରେ ବିଜୁ ଯୁବ, ଛାତ୍ର ଓ ମହିଳା ଜନତା ଦଳ ତରଫରୁ ତୁରେକେଲା, ବଙ୍ଗୋମୁଣ୍ଡା, ମୁରିବାହଲ ବ୍ଲକ ମୁଖ୍ୟାଳୟ ସମ୍ମୁଖରେ ପ୍ରତିବାଦ ଧାରଣା ଦିଆଯାଇଛି ।
ସଂଗଠନ ର ସମସ୍ତ କର୍ମକର୍ତ୍ତା ଗ୍ୟାସ ଅହେତୁକ ବୃଦ୍ଧି କୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ତୁରେକେଲା ବ୍ଲକ ବିଜେଡି ସଭାପତି ଆସତୁଲ୍ଲା ଖାଁ, ବିଜୟ ବେହେରା, ସୁରଜିତ ସାଙ୍ଗା ସହିତ ଶତାଧିକ ମହିଳା ଓ କର୍ମୀ ଯୋଗ ଦେଇଥିଲେ ।