Friday, March 29, 2024

Top 5 This Week

Related Posts

ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧି ନେଇ ଜିଲ୍ଲା ବିଜେଡି ର ପ୍ରତିବାଦ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର,ତା(୨୩/୧୧) : ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି କୁ ନେଇ ଆଜି ସାରା ରାଜ୍ୟରେ ବିଜେଡି କେନ୍ଦ୍ରର ମୋଦୀ ସରକାରଙ୍କୁ ଘେରିଛିି ।WhatsApp Image 2021 11 24 at 11.01.10 AM 2 ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧି ନେଇ ଜିଲ୍ଲା ବିଜେଡି ର ପ୍ରତିବାଦ

ସେହି କ୍ରମରେ ଆଜି ବଲାଙ୍ଗିର ବିଜୁ ଜନତା ଦଳ ର ଶତାଧିକ କର୍ମକର୍ତ୍ତା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବା ସହ ରନ୍ଧନ ଗ୍ୟାସର ଅହେତୁକ ଦରଦାମ୍‌ ବୃଦ୍ଧି ଉପରେ ବର୍ଷିଛନ୍ତି । ତା’ସହ ଜିଲ୍ଲା ବିଜେଡି ତରଫରୁ ଏ ସଂକ୍ରାନ୍ତିୟ ଏକ ଦାବୀପତ୍ର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବଲାଙ୍ଗିର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।

ଉଜ୍ଜ୍ୱଳା ଯୋଜନାରେ କେନ୍ଦ୍ର ସରକାର ଦେଶର ସମସ୍ତ ଗୃହିଣୀଙ୍କୁ ବିନା ମୂଲ୍ୟରେ ରନ୍ଧନ ଗ୍ୟାସ ଯୋଗଇ ଦେବା ସହ କେନ୍ଦ୍ର ସରକାର ଏହା ମାଧ୍ୟମରେ ନାରୀଙ୍କୁ ସମ୍ମାନ ଯୋଗାଇଛନ୍ତି ବୋଲି ନିଜ ପିଠି ଥାପଡାଉଥିଲେ । ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ଯୋଗୁଁ ଗୃହିଣୀମାନେ ଗ୍ୟାସ ଭର୍ତ୍ତି କରିବାକୁ ଅକ୍ଷମ ହେଉଥିବା ବେଳେ ଏହି ଯୋଜନା ଏବେ ସେମାନଙ୍କ ପାଇଁ ପରିହାସ ପାଲଟିଛି ବୋଲି ବିଜେଡି ରାଜ୍ୟ ଉପସଭାପତି ଅନଙ୍ଗ ଉଦୟ ସିଂ ଦେଓ, ବରିଷ୍ଠ ସଂପାଦକ କଳିକେଶ ସିଂ ଦେଓ ଓ ଯୁବନେତା ଅର୍କେଶ ସିଂଦେଓ ଏହି ଗଣ ଧାରଣାରେ ଯୋଗ ଦେଇ ନିଜ ବକ୍ତବ୍ୟରେ କହିଛନ୍ତି ।

ବିଜେଡି ତରଫରୁ ଆହୁରି କୁହାଯାଇଛି ଯେ, ଗତ ସାଢେ ତିନି ବର୍ଷରେ ରନ୍ଧନ ଗ୍ୟାସ ଦର ୭୦% ବୃଦ୍ଧି ହୋଇଥିବା ବେଳେ ୩୭୬ ଟଙ୍କା ବଢି ଏବେ ୯୨୬ ଟଙ୍କାରେ ମିଳୁଛି । ଯାହା ସାଢେ ଚାରିକୋଟି ଓଡିଶାବାସୀଙ୍କୁ ଅସହ୍ୟ ହେଉଛି । ଫଳରେ ଲୋକେ ରନ୍ଧନ ଗ୍ୟାସ ବ୍ୟବହାର କରିବା ପରିବର୍ତ୍ତେ ଜାଲେଣୀ ପାଇଁ ପୂର୍ବପରି କାଠ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି ।WhatsApp Image 2021 11 24 at 11.01.10 AM 1 ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧି ନେଇ ଜିଲ୍ଲା ବିଜେଡି ର ପ୍ରତିବାଦ

ବିଜୁ ଜନତା ଦଳ କେନ୍ଦ୍ର ସରକାରଙ୍କ ଏହି ଅହେତୁକ ରନ୍ଧନ ଗ୍ୟାସ ଦରବୃଦ୍ଧି କୁ ତିବ୍ର ବିରୋଧ କରିବା ସହ ଓଡିଶାବାସୀ ଙ୍କୁ ୫୦୦ ଟଙ୍କାରେ ରନ୍ଧନ ଗ୍ୟାସ ଯୋଗାଇଦେବା ପାଇଁ ଦୃଢ ଦାବୀ କରୁଛି । କେନ୍ଦ୍ର ସରକାର ଉକ୍ତ ଦାବୀକୁ ଗୁରୁତ୍ୱ ର ସହ ନେଇ ଆଗାମୀ ଦିନରେ ରନ୍ଧନ ଗ୍ୟାସ ଦର ନ ଖସାଇଲେ ବିଜେଡି ଆହୁରି ଦୁର୍ବାର ଆନ୍ଦୋଳନ କରିବ ବୋଲି ବିଜେଡି କହିଛି ।

ଆଜିର ଏହି ବିକ୍ଷୋଭ ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ଅଶୋକ ମହାନ୍ତି, ମହିଳା ସଭାପତି ଯଶୋବନ୍ତି ବାଗ, ଯୁବ ବିଜେଡି ସଭାପତି ରାଜେନ୍ଦ୍ର ପ୍ରସାଦ ହୋତା, ସନ୍ତୋଷିନୀ ବେହେରା, ମମତା ଜେନା, ଲିପିଶ୍ରୀ ସାଏ, ନନ୍ଦିନୀ ପୋଢ, ରିତିକା ବେହେରା, ତୃପ୍ତି ପ୍ରଧାନ, ଗୋଲାପି ବରାଡ, କୈଳାସ ମହାନ୍ତି ଓକାର ନାୟକ, ଜୟରାମ ମିଶ୍ର, ପ୍ରିୟବ୍ରତ ନାଥ, ଗୋଲାପ ବାଗ, ପ୍ରଦ୍ୟୂମ୍ନ ହୋତା, ଶାନ୍ତନୁ ଭୋଇ, ସାଗର ସଙ୍ଗମ ଶତପଥି, ସନ୍ତୋଷ ଦନ୍ତା, ଅଶୋକ ତାଣ୍ଡି, ମହେନ୍ଦ୍ର ବାଗ, ଶିବ ପ୍ରସାଦ ବେହେରା, ସଞ୍ଜିବ ମିଶ୍ର, ଭଗବାନ ବଗର୍ତ୍ତି, ପ୍ରଦିପ ସାହୁ, ଅଶୋକ ମିଶ୍ର, ସମ୍ଭୁ ନାଗ, ସୁମନ ନନ୍ଦ, ସୁନ୍ଦର ବିଶି, ଦିପକ ପଣ୍ଡା, ଗୋବିନ୍ଦ ଶତପଥି, ବିରସେନ ସାହୁ ଓ ଶତୃଘ୍ନ ବାଗ ପ୍ରମୁଖ ଉପସ୍ଥିତ ଥିଲେ ।

Popular Articles