ଶ୍ରୀ ସତ୍ୟସାଇ ସେବା ସମିତି ତରଫରୁ ବାବା ଙ୍କ ୯୬ ତମ ଜନ୍ମଉତ୍ସବ ପାଳିତ

0
154

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର,ତା(୨୩/୧୧) : ଶ୍ରୀ ସତ୍ୟସାଇ ବାବା ଙ୍କ ୯୬ ତମ ଜୟନ୍ତୀ ଅବସରରେ ଟିଟିଲାଗଡ ଶ୍ରୀ ସତ୍ୟସାଇ ସେବା ସମିତି ଟିଟିଲାଗଡ ପକ୍ଷରୁ ସ୍ଥାନୀୟ ମହାବୀର ପଞ୍ଚାୟତ ଧର୍ମଶାଳା ଠାରେ ମହା ସମାରୋହ ରେ ଅନୁଷ୍ଠିତ ହୋଇଯାଇଛି ।

ଟିଟିଲାଗଡ ଶ୍ରୀ ସତ୍ୟସାଇ ସେବା ସମିତି ର ଆବାହକ ମାନସ କୁମାର ରଥ, ଜିଲ୍ଲା ସମିତି ସଭାପତି କ୍ଷୀରୋଦ ସାହୁ, ଆଧ୍ୟାତ୍ମିକ ଆବାହକ ଛବିନ୍ଦ୍ର ବାରିକ, ସେବା ଦଳ ଆବାହକ ଶିବ ଶଙ୍କର ସାହୁ ପ୍ରମୁଖ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ଉତ୍ସବ ପ୍ରାତଃ ୫ ଟା ରୁ ନଗର ସଙ୍କୀର୍ତ୍ତନ ସହ ଆରମ୍ଭ କରାଯାଇଥିବା ବେଳେ ରାତି ୯ ରେ ମଙ୍ଗଳ ଆରତୀ ପରେ ସମାପନ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ସହର ର ବିଭିନ୍ନ ପ୍ରାନ୍ତରୁ ବହୁ ମହିଳା ଓ ପୁରୁଷ ସାଇ ଭକ୍ତ ତଥା ଅନୁଷ୍ଠାନ ର ସଦସ୍ୟ ଯୋଗ ଦେଇଥିଲେ ।