Friday, March 29, 2024

Top 5 This Week

Related Posts

ରାୟଗଡା ଜିଲ୍ଲାର ମୁନିଗୁଡା ରେ ବିଜୁ ସ୍ଵାସ୍ଥ୍ୟ୍ କଲ୍ୟାଣ ହେଲଥ କାର୍ଡ ବଣ୍ଟନ

ରିପୋର୍ଟ : ନରୋତ୍ତମ ପାଢ଼ୀ
ରାୟଗଡା,(୨୪/୧୧) : ରାୟଗଡା ଜିଲ୍ଲାର ମୁନିଗୁଡା ର ସ୍ଥାନୀୟ କମ୍ୟୁନିଟି ହଲ ପରିସରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

ରାୟଗଡା ଜିଲ୍ଲାର ମୁନିଗୁଡା ରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଶୁଭ ଆରମ୍ଭ ହୋଇଛି । ଦୀଲିପ କୁମାର ବେହେରାଙ୍କ ତତ୍ୱବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ବନ ଉନ୍ନୟନ ସଂସ୍ଥା ଉପଦେଷ୍ଟା ଦେବାଶିଷ ମଲ୍ଲିକ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ସରକାର ଙ୍କ ଏହି ସ୍ୱାସ୍ଥ୍ୟ କାର୍ଡ ବଣ୍ଟନର ମୂଳ ଉଦ୍ଦେଶ୍ୟ ଓ ଏହାର ଉପକାରିତା ଉପରେ ସମସ୍ତଙ୍କୁ ବୁଝାଇବା ସହ ମୁନିଗୁଡା ଗ୍ରାମ ପଞ୍ଚାୟତର ୨୧୦ ଜଣଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିଥିଲେ l

ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ତହସିଲଦାର ଦେବାଶିଷ ଗୌଡ଼, ବ୍ଲକ ଅଧକ୍ଷ ଶ୍ରୀଧର କୋରଡା, ଉପାଦକ୍ଷ ଧର୍ମିଷ୍ଠା ମାଝୀସାମନ୍ତ, ସମିତି ସଭ୍ୟ ଲାବଣ୍ୟ ପାଣିଗ୍ରାହୀ ଓ ନିମନ୍ତ୍ରିତ ଅତିଥି ଭାବେ ଜିଲ୍ଲା ପୂର୍ବତନ ଏସଡିସି ଅଧକ୍ଷ ଜଗନ୍ନାଥ ନୁଣ୍ଡରୁକା, ବିଜେଡି ବ୍ଲକ ସଭାପତି ରତ୍ନଲାଲ ଜୈନ, ଜିଲ୍ଲା ସମ୍ପାଦକ ପୂର୍ଣଚନ୍ଦ୍ର ଗୌଡ଼, ବୃନ୍ଦାବନ ପାଢ଼ୀ, ଶକୁନ୍ତଳା ନୁନ୍ଦ୍ରୁକା ମୁନିଗୁଡା ଆଇ ଆଇସି ଶ୍ରୀମତି ସୁଜ୍ଞାନୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l ପରେ ବ୍ଲକର ତେଲେଙ୍ଗାପଦର, ଜଗଦଳପୁର, ଅଗୁଳ, କୁମୁଡାବାଲି, ମୁନିଖୋଲ ଗ୍ରାମ ପଞ୍ଚାୟତକୁ ଯାଇ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିଥିଲେ l

Popular Articles