Thursday, March 28, 2024

Top 5 This Week

Related Posts

କଂଗ୍ରେସର ବିରାଟ ଜନଜାଗରଣ ଯାତ୍ରାରେ ୬୦୦ ବିଜେଡି କର୍ମୀଙ୍କ କଂଗ୍ରେସରେ ସାମିଲ

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡ଼ା,(୨୩/୧୧) : ରାୟଗଡା ନିର୍ବାଚନ ମଣ୍ଡଳି ଅଧିନରେ ଥିବା କାଶୀପୁର ବ୍ଲକର ଟିକିରି ପଞ୍ଚାୟତରେ କଂଗ୍ରେସର ବିରାଟ ଜନଜାଗରଣ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା |

କଂଗ୍ରେସର ବିରାଟ ଜନଜାଗରଣ ଯାତ୍ରାରେ ସୋରିଷପଦର ଛକ ଠାରେ ଏକ ବିଶାଳ କର୍ମୀ ସମ୍ମିଳନୀ ହେବା ସହ ବ୍ଲକ ରୁ ୬୦୦୦ ରୁ ଉର୍ଦ୍ଧ କଂଗ୍ରେସ କର୍ମୀ ଓ ସ୍ଥାନୀୟ ଲୋକ ଉପସ୍ଥିତ ରହି ସମାବେଶ କୁ ସଫଳ କରାଇଥିଲେ | ଉକ୍ତ ସମାବେଶରେ ବିଜେଡି ଦଳ ର ୬୦୦ ରୁ ଉର୍ଦ୍ଧ ଅସନ୍ତୁଷ୍ଟ କର୍ମୀ ଓ ନେତା ମାନ୍ୟବର ସାଂସଦ ଶ୍ରୀ ସପ୍ତଗିରି ଉଲ୍ଲାକାଙ୍କ ନେତୃତ୍ୱରେ ଆଜି କଂଗ୍ରେସ ଦଳରେ ବିଧିବଦ୍ଧ ଭାବରେ ଯୋଗ ଦେଇଛନ୍ତି |

ମାନ୍ୟବର ସାଂସଦଙ୍କ ପ୍ରୟାସରେ ୨ ଅଞ୍ଚଳ ର ବିକାଶ ପାଇଁ ବିଭିନ୍ନ କାର୍ଯ୍ୟ ତଥା ମୋବାଇଲ ଟାୱାର, କଂସାରିଗୁଡା ଠାରେ ପ୍ଲାଣ୍ଟ, ଝୋଡ଼ିଆ ସମାଜକୁ ଆଦିବାସୀ ମାନ୍ୟତା, ଦ୍ଵିମୁଣ୍ଡି ଓ ଡି.କରଲ ବିସ୍ଥାପିତଙ୍କ ହକ ଏବଂ ଡ଼ିଏମଏଫ ଫଣ୍ଡ ରେ ପ୍ରତ୍ୟେକ ଗ୍ରାମକୁ ପିଇବା ପାଣି ସୁବିଧା, ଇଲେକ୍ଟ୍ରି ଯୋଗାଣ, ରାସ୍ତା ସଂଯୋଗୀକରଣ ର ସୁବିଧା ପାଇଁ ଲଢେଇ ଜାରି ରଖିବେ କହି ମାନ୍ୟବର ସାଂସଦ ସପ୍ତଗିରି ଉଲ୍ଲାକା ଉକ୍ତ ଶୋଭାରେ ପ୍ରତିଶୃତି ଦେଇଛନ୍ତି l

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles