Friday, March 29, 2024

Top 5 This Week

Related Posts

ବିଜେଡ଼ି ର ଜିଲ୍ଲା ପରିଷଦ ଜୋନ୍ ସ୍ତରୀୟ ବୈଠକ

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର,(୨୪/୧୧) : ଗତକାଲି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ବିଜେଡ଼ି ର ଜିଲ୍ଲା ପରିଷଦ ଜୋନ୍ ସ୍ତରୀୟ ବୈଠକ ରାଧାରାଣୀ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଟିତ ହୋଇଯାଇଛି ।

ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ବିଜେଡ଼ି ର ଜିଲ୍ଲା ପରିଷଦ ସ୍ତରୀୟ ଏକ ସମୀକ୍ଷା ବୈଠକ ହୋଇ ଯାଇଅଛି । ଏହି ବୈଠକ ରେ ପର୍ଯ୍ୟବେକ୍ଷକ ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ, ଜିଲ୍ଲା ସଭାପତି ପ୍ରଦୀପ ନାୟକ, ବରିଷ୍ଠ ନେତା ଡ. ତିରୁପତି ପାଣିଗ୍ରାହୀ, ସୁଶ୍ରୀ କଲ୍ୟାଣୀ ଦେବୀ, ଯୁବ ସଭାପତି ଏସ. ଲିଙ୍ଗରାଜ ମହିଳା ଶାଖା, ଯୁବ ଶାଖା ଙ୍କ ସହ ବିଭିନ୍ନ ପଞ୍ଚାୟତ ର ବହୁ ବରିଷ୍ଠ କର୍ମକର୍ତ୍ତା ଓ କର୍ମୀ ଯୋଗ ଦେଇ ଆଗାମୀ ପଞ୍ଚାୟତ ନିର୍ବାଚନ ନିମନ୍ତେ କ୍ଷେତ୍ର ପ୍ରସ୍ତୁତ ସହ ସମସ୍ତେ ଦଳ ର ଶୃଙ୍ଖଳାକୁ ବଜାୟ ରଖି କାର୍ଯ୍ୟ କରିବା ସହ ବିଭିନ୍ନ ବର୍ଗର ଭୋଟ ଯେମିତି ବିଜେଡ଼ିକୁ ମିଳିବ ସେ ନେଇ ମନଧ୍ୟାନ ଦେଇ କାମ କରିବାକୁ ଶ୍ରୀ ଅତନୁ ସବ୍ୟସାଚୀ ନାୟକ କହିଥିଲେ | ସାଂସଦ ଶ୍ରୀ ସାହୁ ଦଳୀୟ କାର୍ଯ୍ୟକର୍ତ୍ତା ଙ୍କୁ ଉଦବୋଧନ ଦେଇଥିଲେ ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles