Friday, March 29, 2024

Top 5 This Week

Related Posts

ଆଭାସି ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୫୭ଟି ପ୍ରକଳ୍ପର ଶିଳାନ୍ୟାସ, ୨୨ଟିର ଉଦଘାଟନ ହେବ

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ,(୨୪ା୧୧) : ଆସନ୍ତା ୨୫ ତାରିଖରେ ଆଭାସି ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାଙ୍କ ଦ୍ୱାରା ବୌଦ୍ଧ ଜିଲାରେ ୪୬୩ କୋଟି ଟଙ୍କାର ୫୭ ଟି ପ୍ରକଳ୍ପର ଶିଳାନ୍ୟାସ ଓ ୨୦ କୋଟି ଟଙ୍କାର ୨୨ ଗୋଟି ପ୍ରକଳ୍ପର ଉଦଘାଟନ କରାଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି ।

ଏହି ଅବସରରେ ଆଭାସି ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହିତାଧିକାରୀମାନଙ୍କୁ ସ୍ମାର୍ଟ କାର୍ଡ ବିତରଣ କରାଯିବ । ପ୍ରତ୍ୟେକ ଜୀବନ ମୂଲ୍ୟବାନ । ଏହି ନିତି ଉପରେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସଦାସର୍ବଦା ଗୁରୁତ୍ୱ ଦେଇଛନ୍ତି ଏବଂ ତଦନୁସାରେ ରାଜ୍ୟର ସାଧାରଣଲୋକଙ୍କ ଊନ୍ନତି ନିମନ୍ତେ ବିଭିନ୍ନ କଲ୍ୟାଣକାରୀ ଯୋଜନା ପ୍ରଣୟନ କରାଯାଉଅଛି । ବିଶେଷ କରି ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କର ସ୍ୱାସ୍ଥ୍ୟକୁ ସୁରକ୍ଷିତ କରିବା ନିମନ୍ତେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ ।

ଏହି ଯୋଜନାରେ ୨୦୨୧ ମସିହା ସେପ୍ଟେମ୍ବର ୧ ତାରିଖଠାରୁ ରାଜ୍ୟରେ ଆର୍ଥିକ ଦୁର୍ବଳ ଶ୍ରେଣୀର ସ୍ମାର୍ଟକାର୍ଡଧାରୀମାନଙ୍କୁ ସାମିଲ କରାଯାଇଛି । ଆସନ୍ତା ୨୫ ତାରିଖ ଦିନ ବୌଦ୍ଧ ଜିଲ୍ଲା ଷ୍ଟାଡିୟମ୍‌ଠାରେ ଅପରାହ୍ନ ୫ ଘଂଟା ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଭାସି ଜରିଆରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହିତାଧିକାରୀମାନଙ୍କୁ ନୂଆ ସ୍ମାର୍ଟକାର୍ଡ ବଂଟନ କରାଯିବ । ଏଥିପାଇଁ ବୌଦ୍ଧ ବ୍ଲକକୁ ୩୬୪୦୪,ହରଭଙ୍ଗା ବ୍ଲକକୁ ୩୩୬୨୮ ଓ କଂଟାମାଳ ବ୍ଲକକୁ ୩୮୫୨୩ ଟି କିଟ୍ ଆସିଛି । ଏହି ଯୋଜନା ଦ୍ୱାରା ଜିଲାରେ ୧୦୮୫୫୫ ପରିବାରର ୩୭୨୩୮୭ ଜଣ ହିତାଧିକାରୀ ଉପକୃତ ହେବେ ।

ଏହି ସ୍ମାର୍ଟକାର୍ଡ ଜିଲାର ୬୯ ପଂଚାୟତ ପାଇଁ ୬ ଗୋଟି ବୁଥରେ ପ୍ରଦାନ କରାଯିବ । ଦୁଇଦିନ ମଧ୍ୟରେ ଏହି ସ୍ମାର୍ଟକାର୍ଡ ବଂଟନ କରାଯିବାକୁ ନିଷ୍ପତି ନିଆଯାଇଥିବାବେଳେ ଏଥିପାଇଁ ୪୧୪ ଜଣ କ୍ଷେତ୍ର କର୍ମଚାରୀ ଓ ୬ ଗୋଟି ବୁଥ ପାଇଁ ୬୯ ଜଣ ନୋଡାଲ ଅଧିକାରୀ ନିୟୋଜିତ ହେବେ ।

ଏହି ସ୍ମାର୍ଟ କାର୍ଡଧାରୀ ପରିବାର ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପଂଜିକୃତ ଘରୋଇ ଚିକିତ୍ସାଳୟମାନଙ୍କରେ ବାର୍ଷିକ ପରିବାର ପିଛା ୫ ଲକ୍ଷ ଟଙ୍କା ଏବଂ ଏହି ଅର୍ଥ ରାଶି ଉପଯୋଗ ହୋଇଗଲା ପରେ ପରିବାରର ମହିଳା ସଦସ୍ୟମାନେ ଅତିରିକ୍ତ ୫ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ପାଇପାରିବେ ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles