ନିଖୋଜ ବ୍ୟକ୍ତିଙ୍କ ଉଦ୍ଧାର ପାଇଁ ଗ୍ରାମବାସୀଙ୍କ ରାସ୍ତା ରୋକ

0
260

ରିପୋର୍ଟ : ବିଭୁତି ଲହରିଆ //
ବାଲିଗୁଡା/କ.ନୂଆଗାଁ,(୨୪/୧୧) : କ.ନୂଆଗାଁ ପୋଲିସର ନିଷ୍କ୍ରିୟତାକୁ ନେଇ ତାତିଲେ ଗ୍ରାମବାସୀ l କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ପୁରୁଣା ସାହି ନିକଟରେ ନିଖୋଜ ବ୍ୟକ୍ତିଙ୍କ ଉଦ୍ଧାର ପାଇଁ ମୁଖ୍ୟରାସ୍ତା ଅବରୋଧ କରି ଗ୍ରାମବାସୀ ବସି ରହି ଥିଲେ ।af16e22e 7ead 4a07 b3a6 7c11ee56a22a ନିଖୋଜ ବ୍ୟକ୍ତିଙ୍କ ଉଦ୍ଧାର ପାଇଁ ଗ୍ରାମବାସୀଙ୍କ ରାସ୍ତା ରୋକ

କ. ନୂଆଗାଁ ର ପୁରୁଣା ସାହିର ଚିକୁନ ନାୟକ ନାମକ ଜଣେ ବ୍ୟକ୍ତି ପାଞ୍ଚ ଦିନ ହେଲା ନିଖୋଜ ନେଇ କ.ନୁଆଗାଁ ଥାନାରେ ଅଭିଯୋଗ ହୋଇଥିଲା । ପାଞ୍ଚଦିନ ପରେ ମଧ୍ୟ ପୋଲିସ କୈାଣସି ପଦକ୍ଷେପ ନ ନେବା ଅଭିଯୋଗରେ ନିଖୋଜ ବ୍ୟକ୍ତିଙ୍କ ଉଦ୍ଧାର ପାଇଁ ଆଜି ସକାଳୁ ମୁଖ୍ୟ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ଉତ୍ୟକ୍ତ ଲୋକେ ଫଳରେ ବାଲିଗୁଡା-ଫୁଲବାଣୀ-ବ୍ରହ୍ମପୁର -ଭୁବନେଶ୍ବର ମଧ୍ୟରେ ଯାତାୟତ ଠପ୍ ହୋଇଛି l ମୂଖ୍ୟ ରାସ୍ତାର ଦୁଇ ପାର୍ଶ୍ଵରେ ବହୁ ସଂଖ୍ୟକ ଯାନବାହାନ ଅଟକି ରହିଥିଲା । ac2ed15a 69a2 46bf a735 e3036db81bb7 ନିଖୋଜ ବ୍ୟକ୍ତିଙ୍କ ଉଦ୍ଧାର ପାଇଁ ଗ୍ରାମବାସୀଙ୍କ ରାସ୍ତା ରୋକ

ଘଟଣାସ୍ଥଳରେ କ.ନୁଆଗାଁ ଥାନାଅଧିକାରୀ ଶ୍ରୀନିବାସ ସାମଲ ଏସଆଇ ପ୍ରକାଶ ପ୍ରଧାନ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଦୁଇ ଦିନ ମଧ୍ୟରେ ନିଖୋଜ ଯୁବକ ଙ୍କୁ ଉଦ୍ଧାର କରାଯିବା ନେଇ ପ୍ରତିଶୃତି ପରେ ଉତ୍ୟକ୍ତ ଗ୍ରାମବାସୀ ରାସ୍ତା ଅବରୋଧ ରୁ ହଟିଛନ୍ତି । ପାଖାପାଖି ଦୁଇ ଘଣ୍ଟା ରୁ ଊର୍ଧ୍ୱ ରାସ୍ତା ଅବରୋଧ କରି ଥିଲେ ଗ୍ରାମବାସୀ |