ଜାଳେଣି ଗ୍ୟାସ ଅହେତୁକ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ବିଜେଡିର ପ୍ରତିବାଦ

0
418

ରିପୋର୍ଟ : ବିଭୁତି ଲହରିଆ //
ବାଲିଗୁଡା,(୨୪/୧୧) : ଜାଳେଣି ଗ୍ୟାସ ର ଅହେତୁକ ଦର ବୃଦ୍ଧି ବିରୋଧରେ ବାଲିଗୁଡା ବିଜେଡିର ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରିଛି l ରନ୍ଧନ ଗ୍ୟାସ ଦର ବୃଦ୍ଧି ନେଇ ରାଜରାସ୍ତାକୁ ଓହ୍ଲାଇ ବାଲିଗୁଡା ବିଜେଡି ଅଭିନବ ପ୍ରତିବାଦ ଜାରି ରଖିଛି l8d21706b 28c2 43b0 b7e0 1ad53a3ebd9f ଜାଳେଣି ଗ୍ୟାସ ଅହେତୁକ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ବିଜେଡିର ପ୍ରତିବାଦ

ବାଲିଗୁଡା ବିଜେଡି ବ୍ଲକ ସଭାପତି ଟୁନା ଦାସଙ୍କ ନେତୃତ୍ୱରେ ବିଜୁ ମହିଳା, ଯୁବ ଏବଂ ଛାତ୍ର ଜନତା ଦଳ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି l ବାଲିଗୁଡା ବିଜେଡି କାର୍ଯ୍ୟାଳୟ ଠାରୁ ବିଜେଡି କର୍ମୀ ପ୍ରତିବାଦ ଶୋଭାଯାତ୍ରା ରେ ବାହାରି ବାଲିଗୁଡା ଗାନ୍ଧୀ ଛକ ନିକଟରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜାଳେଣି ଗ୍ୟାସ ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି l ଏଥିସହ ବିଜେଡି କର୍ମୀ ଶୋଭାଯାତ୍ରା ରେ ବାହାରି ବାଲିଗୁଡା ବ୍ଲକ କାର୍ଯ୍ୟାଳୟ ରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ବ୍ଲକ କାର୍ଯ୍ୟାଳୟ ସାମ୍ନା ରେ ଗଣ ଧାରଣା ଦେଇଛନ୍ତି l

ରନ୍ଧନ ଗ୍ୟାସ ଦର ବୃଦ୍ଧି ନେଇ ବାଲିଗୁଡା ବିଡ଼ିଓ ଜଗଦୀଶ ଷଡ଼ଙ୍ଗ ଙ୍କ ଜରିଆରେ ରାଷ୍ଟ୍ରପତି ଙ୍କ ଉଦେଶ୍ୟ ରେ ସ୍ମାରକ ପତ୍ର ବାଲିଗୁଡା ବିଜେଡି ପକ୍ଷରୁ ପ୍ରଦାନ କରାଯାଇଛି ଲା ଏହି ପ୍ରତିବାଦ କାର୍ଯ୍ୟକ୍ରମ ରେ ବାଲିଗୁଡା ବିଜେଡି ବ୍ଲକ ସଭାପତି ଟୁନା ଦାସ, ଜିଲ୍ଲା ସାଧାରଣ ସମ୍ପାଦକ ଲୋକନାଥ ପାଢ଼ୀ, ବ୍ଲକ ମହିଳା ସଭାନେତ୍ରୀ ନନ୍ଦିନୀ ମଳିକ, ନଗର ଯୁବ ସଭାପତି ସୁଜିତ କୁମାର ପାଳ, ଯୁବ ସାଧାରଣ ସମ୍ପାଦକ ଏମଡ଼ି ସୋନୁ, ଯୁବ ନେତା ଏମଡ଼ି ସାବେଜ଼, ବ୍ଲକ ଉପସଭାପତି ବିଜେଶ୍ଵର ମଳିକ, ସମେତ ଛାତ୍ର, ଯୁବ ଓ ମହିଳା କର୍ମୀ ଅଂଶଗ୍ରହଣ କରିଥିଲେ |