ଫସଲ ଚୋରି ଘଟଣାକୁ ନେଇ ହତ୍ୟା

0
914

ରିପୋର୍ଟ : ରଞ୍ଜୀତ ବେହେରା //
ଢେଙ୍କାନାଳ,(୨୪/୧୧) : ଆଜି ଢେଙ୍କାନାଳର ସଦର ବ୍ଲକ ଅନ୍ତର୍ଗତ ଚାଉଳିଆ ପଂଚାୟତ ଅନ୍ତର୍ଗତ ବରହତା ଗ୍ରାମରେ ଫସଲ ଚୋରି ଘଟଣାକୁ ନେଇ ଏକ ଅଘଟଣ ଘଟିଯାଇଛି ।

ବଡନାଗନା ଗ୍ରାମର ଲକ୍ଷ୍ମଣ ପଣ୍ଡା, ପିତା ଜୟକୃଷ୍ଣ ପଣ୍ଡା ଏବଂ ତାଙ୍କ ପୁତୁରା ସୌମ୍ୟ ରଞ୍ଜନ ପଣ୍ଡା ବରହତା ଗ୍ରାମର ମୁରଲୀ ପାଣି(୬୦), ପିତା-ପଞ୍ଚାନନ ପାଣିଙ୍କୁ ଫସଲ ଚୋରି ଘଟଣାକୁ ନେଇ ଆଜି ଅପରାହ୍ନରେ ମରଣାତ୍ମକ ଭାବେ ଅତର୍କିତ ଆକ୍ରମଣ କରିଥିଲେ । ମୁରଲୀ ପାଣିଙ୍କ ମୁଣ୍ଡକୁ ପ୍ରହାର କରିବା ଦ୍ୱାରା ତାଙ୍କର ମୃତ୍ୟୁ ଘଟିଛି । ପୂର୍ବରୁ ଲକ୍ଷ୍ମଣ ପଣ୍ଡା ଏବଂ ମୁରାଳିପାଣିଙ୍କ ଭାଇଙ୍କ ମଧ୍ୟରେ ଫସଲ ଚୋରିକୁ ନେଇ ଝଗଡା ହୋଇଥିଲା । ଯାହାକି ଉଭୟ ପକ୍ଷ ଦ୍ୱାରା ଥାନାରେ କେସ କରାଯିବା ସହ ଏହାର ସମାଧାନ ହୋଇଥିଲା ।

କିନ୍ତୁ ପୂର୍ବ ଶତ୍ରୁତାକୁ ନେଇ ଆଜି ଲକ୍ଷ୍ମଣ ପଣ୍ଡା ଏବଂ ତାଙ୍କ ପୁତୁରା ସୌମ୍ୟ ରଞ୍ଜନ ପଣ୍ଡା ହଠାତ ମୁରଲୀ ପାଣିଙ୍କ ଉପରେ ଆକ୍ରମଣ କରିଥିଲେ । ତାଙ୍କ ମୁଣ୍ଡକୁ ଅତର୍କିତ ଆକ୍ରମଣ ଦ୍ୱାରା ସେ ସେଠାରେ ପଡିଯାଇଥିଲେ । ସ୍ଥାନୀୟ ଲୋକମାନେ ସଂଗେ ସଂଗେ ଢେଙ୍କାନାଳ ମୁଖ୍ୟ ଚିକିସ୍ଛାଳୟକୁ ଆମ୍ବୁଲାନ୍ସ ଯୋଗେ ଆଣିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

ଏହି ଘଟଣାଟି ଘଟିବା ପରେ ମୁରଲୀଧରଙ୍କ ପରିବାର ପକ୍ଷରୁ ସ୍ଥାନୀୟ ତରଭା ଫାଣ୍ଡିରେ ଏକ କେସ ଦେଇଛନ୍ତି । ଖବର ସଂଗ୍ରହ ବେଳକୁ ପୋଲିସ ଘଟଣାଟି ଜାଣିବା ପରେ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରିରଖିଛନ୍ତି ।