Monday, November 29, 2021
Homeଅସାମାଜିକ ଅପରାଧଲମତାପୁଟ ପୋଲିସ୍ ଟିମ୍ କୁ ବଡ଼ ସଫଳତା : ପ୍ରାୟ ୩ କୁଇଣ୍ଟାଲ ଗଞ୍ଜେଇ ଜବତ

ଲମତାପୁଟ ପୋଲିସ୍ ଟିମ୍ କୁ ବଡ଼ ସଫଳତା : ପ୍ରାୟ ୩ କୁଇଣ୍ଟାଲ ଗଞ୍ଜେଇ ଜବତ

ରିପୋର୍ଟ : ରବି ଶଙ୍କର ମହାପାତ୍ର
କୋରାପୁଟ,(୨୫/୧୧) : ପୁଣି ଲମତାପୁଟ ପୋଲିସ୍ ଟିମ୍ କୁ ବଡ଼ ସଫଳତା ମିଳିଛି । ଜଲାପୁଟ ଅଞ୍ଚଳରୁ ଛତିଶଗଡ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ମାଡିବସିଲା ମାଛକୁଣ୍ଡ ପୋଲିସ ।

ବିଶେଷ ସୂତ୍ର ରୁ ଖବର ପାଇ କୋରାପୁଟ ଏସପି ଙ୍କ ନିର୍ଦ୍ଦେଶ କ୍ରମେ ଏସ. ଡ଼ି. ପିଓ . ଙ୍କ ନେତୃତ୍ଵ ରେ ମାଛକୁଣ୍ଡ, ଜଲାପୁଟ ଓ ଲମତାପୁଟ ପୋଲିସ୍ ଟିମ୍ ଗଠନ କରି ସଗର ଗ୍ରାମ ନିକଟରେ ନାକାବନ୍ଦି କରିଥିଲେ । ଦ୍ରୁତ ଗତିରେ ଆସୁଥିବା କ୍ୟାମ୍ପର କୁ ଅଟକାଇବାରୁ କ୍ୟାମ୍ପର ଟି ବ୍ୟାରିକେଡ଼ ଭାଙ୍ଗି ଖସି ପଳାଇଆବ କୁ ଚେଷ୍ଟା କରିଥିଲା । ପୋଲିସ ପିଛା କରି ବା ଦେଖି ସଗର ଏବଂ କଞ୍ଚଣା ଗ୍ରାମ ମଝିରେ ଅନ୍ଧାର ଏବଂ କୁହୁଡି ର ସୁଯଗ ନେଇ କ୍ୟାମ୍ପର ଛାଡି ମାଫିଆ ଫେରାର ହୋଇଯାଇଛି ।

କ୍ୟାମ୍ପର ରେ ରିଲାଆଇନ୍ସ ଜିଓ ର ପୋଷ୍ଟୋର ମାରି ଟେଲିକମ ଯନ୍ତ୍ରପାତି ନେବା ଭଳି କାଠ ବକ୍ସ କରି ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ କରୁଥିଲେ । କାଠ ବାକ୍ସ ଗୁଡିଆରୁ ୧୧ ଟି ବସ୍ତା ରେ ପ୍ରାୟ ୩ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ପୋଲିସ । ଜବତ ଗଞ୍ଜେଇ ର ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -

Most Popular

Recent Comments