ଜାଳେଣି ଗ୍ୟାସ ଦର ବୃଦ୍ଧି କୁ ନେଇ ବିଜେଡି ର ବିକ୍ଷୋଭ

0
195

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା,(୨୪/୧୧) : ଜାଳେଣି ଗ୍ୟାସ ଦର ବୃଦ୍ଧି କୁ ରୋକିବା ପାଇଁ ଆଜି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅଫିସ ସାମ୍ନାରେ ହରଭଙ୍ଗା ବ୍ଲକ ବିଜେଡି କର୍ମକର୍ତ୍ତା ଙ୍କ ବିକ୍ଷୋଭ ଦେଖିବାକୁ ମିଳିଥିଲା |

ଏକ ବିଶାଳ ଶୋଭାଯାତ୍ରା ରେ ବିଜେଡି କର୍ମକର୍ତ୍ତା ମାନେ ଜାଳେଣି ଗ୍ୟାସ ଦର ବୃଦ୍ଧି ପ୍ରତିବାଦ କରି ଏକ ରାଲି ରେ ଆସି ବ୍ଲକ ଅଫିସ ଫାଖରେ ଥିବା ଓଡିଶା ର ବରପୁତ୍ର ଶ୍ରୀମାନ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ବ୍ଲକ ଅଫିସ ସାମ୍ନାରେ ବିକ୍ଷୋଭ କରିଥିଲେ | ପରେ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟ ରେ ହରଭଙ୍ଗା ବିଡ଼ିଓ ସ୍ମିତା ରାଣୀ ରଥ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ |

ଏହି ଶୋଭାଯାତ୍ରା ରେ ବିଧାୟକ ପ୍ରଦୀପ ଅମାତ, ବ୍ଲକ ଅଧକ୍ଷ ବିଶ୍ୱଜିତ ମିଶ୍ର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅକ୍ରୁର ସେଠି, ବ୍ଲକ ଉପାଧ୍ୟକ୍ଷା ରଶ୍ମିତା ମହାକୁଡ଼, ଜିଲ୍ଲା ବିଜେଡି କାର୍ଯ୍ୟକାରିଣୀ ସଭାପତି ସୁବୋଧ କୁମାର ପ୍ରଧାନ, ସରପଞ୍ଚ ନରେଶ ସେଠି, ପ୍ରତିଭା ସାହୁ, ବିଶ୍ୱଜିତ ପ୍ରଧାନ ସମେତ ଶତାଧିକ ବିଜେଡି କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିଲେ |