ସଡ଼କ ଦୁର୍ଘଟଣା କୁ ନିୟନ୍ତ୍ରଣ ପାଇଁ ମୋବାଇଲ ଆପକୁ ଶୁଭାରମ୍ଭ କଲେ ଜିଲ୍ଲାପାଳ

0
197

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା,ତା(୨୪/୧୧) : କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ନିର୍ଦ୍ଦେଶ କ୍ରମେ ରାୟଗଡ଼ା ଜିଲ୍ଲାରେ ଘଟୁଥିବା ସଡ଼କ ଦୁର୍ଘଟଣା କୁ ନିୟନ୍ତ୍ରଣ କରିବାକୁ ଓ ଅନଲାଇନ ମାଧ୍ୟମରେ ସୂଚନା ଦିଆଯିବ lWhatsApp Image 2021 11 25 at 10.01.31 AM 1 ସଡ଼କ ଦୁର୍ଘଟଣା କୁ ନିୟନ୍ତ୍ରଣ ପାଇଁ ମୋବାଇଲ ଆପକୁ ଶୁଭାରମ୍ଭ କଲେ ଜିଲ୍ଲାପାଳ

ଏହି ମୋବାଇଲ ଆପ କୁ ଆଜି ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଶୁଭାରମ୍ଭ କରିଛନ୍ତି l ସଡ଼କ ଦୁର୍ଘଟଣା କୁ ନିୟନ୍ତ୍ରଣ ପାଇଁ ମୋବାଇଲ ଆପକୁ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲାପାଳଙ୍କ ସହିତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା, ସିଡିଏମଓ ଡାଃ ଆର୍ତ୍ତବନ୍ଧୁ ନାୟକ, ଅତିରିକ୍ତ ଆରକ୍ଷୀ ଅଧିକାରୀ ଶଙ୍କର ପ୍ରସାଦ ଦ୍ୱିବେଦୀ, ଟାଉନ ଥାନା ଭାରପ୍ରାପ୍ତ ଅଧିକାରୀ ରଶ୍ମି ରଞ୍ଜନ ପ୍ରଧାନ, ରାୟଗଡ଼ା ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ହେମେନ୍ଦ୍ର ନାୟକ, ରାୟଗଡ଼ା ଡିପିଏମ ରାୟଗଡ ଶ୍ରୀ ରାଜେଶ ରାଓ ପଟ୍ଟନାୟକ, ରାୟଗଡ଼ା ଡ଼ିଆଇଓ ଏନଆଇସି ଶ୍ରୀ ଗୁଣ ଶେଖର ପ୍ରମୁଖ ଯୋଗ ଦେଇଥିଲେ l

ଏହି ସମନ୍ୱିତ ସଡକ ଦୁର୍ଘଟଣା ମୋବାଇଲ ଆପ ଯୋଗୁଁ ଦୁର୍ଘଟଣା ସ୍ଥଳରେ ଗୁରୁତର ଆହତ ହୋଇଥିବା ଵ୍ୟକ୍ତି, ମୃତ୍ୟୁବରଣ କରିଥିବା ବ୍ୟକ୍ତି ର ସୂଚନା, ଗାଡି ର ବିବରଣୀ, ଆରଟିଓଙ୍କୁ ସୂଚନା, ଜିଲା ସ୍ୱାସ୍ଥ୍ୟ ବିଭାଗ କୁ ସୂଚନା ସହିତ ଗାଡି ଚାଳକ ନିଶାଶକ୍ତ ଅବସ୍ଥାରେ ଦୁର୍ଘଟଣା ଘଟାଇଛି କି ନାହିଁ ସେ ସମ୍ପର୍କରେ ଫୋଟୋ ଭିଡ଼ିଓ କୁ ଆପ ମାଧ୍ୟମରେ ଅପଲୋଡ଼ କରିବେ l ପୋଲିସ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଆଞ୍ଚଳିକ ପରିବହନ ବିଭାଗ ଓ ଜତୀୟ ରାଜପଥ ବିଭାଗ ର ଦାୟିତ୍ୱ ରହିବ ଏବଂ ସେମାନେ ନିୟମିତ ଏହାକୁ ଅନୁକରଣ କରିବେ l

ଏହି ବିଷୟରେ ଥାନା ଅଧିକାରୀ ମାନଙ୍କ ଏହା ପୂର୍ବରୁ ତାଲିମ ପ୍ରଦାନ କରାଯାଇଛି l ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ରୋଲ ଆଉଟ ମ୍ୟାନେଜର କେ ରବି ତେଜା ଓ ରଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ରର ଜିଲ୍ଲା ସୂଚନା ଅଧିକାରୀ ଗୁଣ ଶେଖର ପରିଚାଳନା କରିଥିଲେ l