Sunday, November 28, 2021
Homeଅସାମାଜିକ ଅପରାଧଲୋକଙ୍କୁ ଠକୁଛି ସାହାରା କମ୍ପାନୀ : ଟଙ୍କା ଜମା କରି ହଇରାଣ ହେଉଛନ୍ତି ଲୋକେ

ଲୋକଙ୍କୁ ଠକୁଛି ସାହାରା କମ୍ପାନୀ : ଟଙ୍କା ଜମା କରି ହଇରାଣ ହେଉଛନ୍ତି ଲୋକେ

ରିପୋର୍ଟ : ସୁଭାସିସ ନାୟକ
ବ୍ରହ୍ମପୁର,(୨୫/୧୧) : ଲୋକଙ୍କୁ ଠକୁଛି ସାହାରା କମ୍ପାନୀ । ଅଧିକ ସୁଧ ଲୋଭରେ ସାହାରା କମ୍ପାନୀରେ ଟଙ୍କା ଜମା କରିଥିବା ଲୋକେ ଏବେ ହଇରାଣ ହେଉଛନ୍ତି । ସୁଧ ପାଇବା ଦୂର ର କଥା ମୂଳ ଟଙ୍କା ମଧ୍ୟ ପାଇ ପାରୁନାହାଁନ୍ତି ହିତାଧିକାରୀ ।

ଲୋକଙ୍କୁ ଠକୁଛି ସାହାରା କମ୍ପାନୀ | ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରେ । ଫଳରେ ଆଜି ଭଞ୍ଜନଗର ସାହାରା କାର୍ଯ୍ୟାଳୟରେ ତାଲା ପକାଇ ଘେରାଉ କରିଛନ୍ତି ଉଭୟ ଜମାକାରୀ ଓ ଏଜେଂଟ ।

ଭଞ୍ଜନଗର ଉପଖଣ୍ଡର ଭଞ୍ଜନଗର, ବେଲଗୁଣ୍ଠା, ଆସିକା, ପୋଲସରା, କୋଦଳା ଅଞ୍ଚଳର ଶତାଧିକ ଜମାକାରୀ ଓ ଏଜେଟଂ ବହୁ ବାର କାର୍ଯ୍ୟାଳୟ କୁ ଆସି ମ୍ୟାଚୁରେଟି ଟଙ୍କା ପାଇବାରେ ବିଫଳ ହେବାରୁ ଏକାଠି ହୋଇ କାର୍ଯ୍ୟାଳୟରେ ତାଲା ପକାଇବା ସହ ଅଧିକାରୀ ଙ୍କୁ ଘେରାଉ କରିଛନ୍ତି । ୨୦୧୪ ମସିହା ଠାରୁ ଜମାକାରୀ ମାନଙ୍କ ସମୟ ଅବଧି ଶେଷ ହୋଇ ମ୍ୟାଚୁରେଟି ହୋଇଥଲେ ମଧ୍ୟ ଏ ଯାଏଁ ଟଙ୍କା ମିଳିନାହିଁ ।

ଆଗାମି ଦିନରେ ଯଦି ଟଙ୍କା ମିଳିବାରେ ବିଳମ୍ବ ହୁଏ ତେବେ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହୁତି ଦେବାର ଧମକ ଦେଇଛନ୍ତି ଜମାକରୀ l କମ୍ପାନିରେ କାର୍ଯ୍ୟକରୁଥିବା କର୍ମଚାରୀ ଙ୍କ ସମ୍ପକୀୟ ଙ୍କୁ ଟଙ୍କା ପ୍ରଦାନ କରାଯାଉଛି । ଅନ୍ୟ ଲୋକଙ୍କ ଟଙ୍କା କୁ ପୁଣି ରିଇନ୍ଭେଷ୍ଟମେଂଟ କରିବାକୁ ବାଧ୍ୟ କରାଯାଉଛି ବୋଲି ଜମାକାରୀ ଏବଂ ଏଜେଂଟମାନେ ଅଭିଯୋଗ କରିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -

Most Popular

Recent Comments