ତ୍ରିକୋଣିଆ ପ୍ରେମ କୁ ନେଇ ନୃଶଂସ ଭାବେ ସାଙ୍ଗ କୁ ହତ୍ୟା : ପ୍ରମାଣ ନଷ୍ଟ କରିବା କୁ ଜାଳି ଦେଇଥିଲେ

0
208

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା(୨୫/୧୧) : ତ୍ରିକୋଣିଆ ପ୍ରେମ କୁ ନେଇ ଜଘନ୍ୟ ହତ୍ୟାକାଣ୍ଡ ଘଟାଇ ଥିବା ସହ ପୋଡ଼ି ମାରିଦେଇ ପ୍ରମାଣ ନଷ୍ଟ କରିବା ରେ ବିଫଳ ହୋଇଥିବା ଜଣାପଡିଛି । ଏଭଳି ଏକ ସ୍ପର୍ଶକାତର ଘଟଣା ବଲାଙ୍ଗୀର ଅଞ୍ଚଳରେ ଚହଳ ସୃଷ୍ଟି କରିଛି । WhatsApp Image 2021 11 25 at 12.35.52 PM 1 ତ୍ରିକୋଣିଆ ପ୍ରେମ କୁ ନେଇ ନୃଶଂସ ଭାବେ ସାଙ୍ଗ କୁ ହତ୍ୟା : ପ୍ରମାଣ ନଷ୍ଟ କରିବା କୁ ଜାଳି ଦେଇଥିଲେ

ହତ୍ୟା କରିଥିବା ଦୁଇ ସାଙ୍ଗ ଶୁଭମ ସିଂ ଓ ଅମିତ ମନହିରା କୁ କାବୁ କରିଛି ବଲାଙ୍ଗିର ପୋଲିସ । ରାଜେନ୍ଦ୍ର ୟୁନିଭରସିଟି ପଛପଟରୁ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ ହୋଇଥିବା ବେଳେ ତ୍ରିକୋଣିଆ ପ୍ରେମ କୁ ନେଇ ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଲୋକଲୋଚନ କୁ ଆସିଛି । ମୃତ ଯୁବକ ଜଣକ ସୁଦପଡ଼ାର ବିଶ୍ୱଦେବ ସାହୁ ହୋଇଥିବା ବେଳେ ଦୁଇ ଅଭିଯୁକ୍ତ ଶୁଭମ୍‌ ଓ ଅମିତ ଖଇରାପଡ଼ାର ବୋଲି ଜଣାପଡ଼ିଛି । ସକପ୍‌ ରଡ଼୍‌ ଓ ଧାରୁଆ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରାଯାଇଛି ବୋଲି ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ ଅମିତ ଓ ବିଶ୍ୱଦେବର ଜଣେ ଝିଅ ସହ ପ୍ରେମ ସଂପର୍କ ଥିଲା । ଏହାକୁ ନେଇ ଦୁହିିଁଙ୍କ ଭିତରେ ପୂର୍ବରୁ ଗଣ୍ଡଗୋଳ ଲାଗି ରହିଥିବା ବେଳେ ସୁଚିନ୍ତିତ ଯୋଜନା ରଚି ବିଫଳ ହୋଇ ଗିରଫ ହୋଇଛନ୍ତି ଅଭିଯୁକ୍ତ । ପ୍ରକାଶ ଯେ, ବିଶ୍ୱଦେବକୁ ନୃଶଂସ ଭାବେ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ଦୁଇ ଅଭିଯୁକ୍ତ ତାକୁ ପେଟ୍ରୋଲ ଢାଳି ଜାଳି ଦେଇଥିଲେ ହେଲେ ଅର୍ଦ୍ଧ ଦଗ୍ଧ ଶବ ଗତ ବୁଧବାର ପୋଲିସ ଜବତ କରିଥିଲା ।