Sunday, November 28, 2021
HomeBreaking Newsବିଜେଡି ଦଳର ପୋଷ୍ଟର ପଛପଟେ ମନ୍ତ୍ରୀଙ୍କ ଇସ୍ତଫା ଦାବି ସହ ହତ୍ୟା ଧମକ ନେଇ ତଦନ୍ତ...

ବିଜେଡି ଦଳର ପୋଷ୍ଟର ପଛପଟେ ମନ୍ତ୍ରୀଙ୍କ ଇସ୍ତଫା ଦାବି ସହ ହତ୍ୟା ଧମକ ନେଇ ତଦନ୍ତ ଦାବି

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର, ତା(୨୫/୧୧) : ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ରେଳ ଷ୍ଟେସନରେ ଏକ ବିଜେଡି ଦଳର ପୋଷ୍ଟର ରେ ମମିତାକୁ ନ୍ୟାୟ ଦାବି କରି ମନ୍ତ୍ରୀ ଟୁକୁନି ସାହୁ ଙ୍କୁ ଧମକ ଦିଆଯାଇଥିବା ପରି ଘଟଣା ଦେଖା ଦେଇଛି ।

ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ ୬ ଟା ସମୟରେ କଣ୍ଟାବାଞ୍ଜି ରେଳ ଷ୍ଟେସନରେ ଏକ ବିଜେଡି ଦଳର ପୋଷ୍ଟର ରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ୩୦ ଦିନ ମଧ୍ୟରେ ମମିତା କୁ ନ୍ୟାୟ ପ୍ରଦାନ ପାଇଁ ଇସ୍ତଫା ଦିଅ, ନଚେତ ଗଳାକାଟି ହତ୍ୟା କରାଯିବା ପରି ଧମକ ସହ ସି ପି ଆଇ ଏମ ଲାଲ ବାହିନୀ ବୋଲି ଉଲ୍ଲେଖ ରହିଛି । ବିଗତ ଦିନରେ ମମିତା ମେହେର ମାମଲା ନେଇ ରାଜନୀତି ବେଶ ସରଗରମ ହୋଇ ପଡ଼ିଥିବା ବେଳେ ତଦନ୍ତ ଏକ ପ୍ରକାର ଦିଗହରା ହୋଇ ଉଠିଛି ।

ବର୍ତ୍ତମାନ ନିର୍ବାଚନ ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ମନ୍ତ୍ରୀ ଙ୍କ ବଦଳରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଙ୍କୁ ଏପରି ଉଲ୍ଲେଖ ଥିବା ଧମକ ଦେଇଥିବା ବେଳେ, ପ୍ରକୃତ ରହସ୍ୟ କଣ ସେ ନେଇ ପ୍ରଶାସନ ପକ୍ଷରୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -

Most Popular

Recent Comments