ବୌଦ୍ଧ ଜିଲ୍ଲାରେ ପ୍ରଥମ ଥର ପାଇଁ ବିଜେଡି ଦଳ ନେତାଙ୍କୁ ପଚା ଅଣ୍ଡା ମାଡ଼

0
185

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୨୫/୧୧) : ଆଜି ବୌଦ୍ଧ ଜିଲ୍ଲାରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ଏକ ଯୁଗାନ୍ତ କରି କାହାଣୀ | ବିଜେଡି ଦଳ ର ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ପଦ୍ମନାଭ ବେହେରା ଙ୍କ ବୌଦ୍ଧ ଗସ୍ତ ବେଳେ ବୌଦ୍ଧ ବ୍ଲକ ବଳସିଙ୍ଗା ନିକଟରେ ଆରକ୍ଷୀ ବାହିନୀ ଉପସ୍ଥିତ ରେ ବିରୋଧୀ ବିଜେପି ଦଳ ପକ୍ଷରୁ କଳା ପତାକା ପ୍ରଦର୍ଶନ କରି ମନ୍ତ୍ରୀ ଙ୍କ ଗାଡି କୁ ପଚା ଅଣ୍ଡା ପକାଇବା ଦେଖିବାକୁ ମିଳିଥିଲା |

ରାଜ୍ୟ ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଓମ୍ ପ୍ରକାଶ ମିଶ୍ର ଏବଂ ରାଜ୍ୟ ଯୁବମୋର୍ଚ୍ଚା ସଂଯୋଜକ ନାରାୟଣ କର୍ମୀ ଙ୍କ ନେତୃତ୍ୱରେ ୨୦ ରୁ ଊର୍ଦ୍ଧ୍ୱ ବିଜେପି ନେତା ବୌଦ୍ଧ ଜିଲ୍ଲା ବଲାସିଙ୍ଗା ଛକରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ କଳା ପତାକା ପ୍ରଦର୍ଶନ ସହ ଅଣ୍ଡା ମାଡ଼ କରିଥିଲେ | ଏହା ବୌଦ୍ଧ ଜିଲ୍ଲାରେ ପ୍ରଥମ ଥର ପାଇଁ ଘଟିଛି |

ଏଥିରେ ବରିଷ୍ଠ ନେତା ସୂର୍ଯ୍ୟ ମହାପାତ୍ର, ଦାମୋଦର ମିଶ୍ର, ଅରୁପା ଦୀପ, ମିଥୁନ ଚାନ୍ଦ, ଆଶୁତୋଷ ପ୍ରଧାନ, ଶୁଶାନ୍ତ ଧଳ, ନିଲାଦ୍ରୀ ନାୟକ, ତ୍ରୀଦୀପ ପାଣିଗ୍ରାହୀ ସମେତ ୨୦ ରୁ ଊର୍ଦ୍ଧ୍ୱ ବିଜେପି ନେତା ଓ କର୍ମୀ ସାମିଲ ରହିଥିବାର ସୂଚନା ମିଳୁଛି |