କଂଗ୍ରେସ ତରଫରୁ ଜନ ଜାଗରଣ ଅଭିଯାନ ପଦଯାତ୍ରା ଅନୁଷ୍ଠିତ

0
207

ରିପୋର୍ଟ : ନରତ୍ତମ ପାଢୀ
ବିଷମ କଟକ,(୨୫/୧୧) : ଆଜି ତା. ୨୫/୧୧/୨୦୨୧ ରିଖ ରେ ବିଷମ କଟକ ନିର୍ବାଚନ ମଣ୍ଡଳି ର ମୁନିଗୁଡା ବ୍ଲକ ର ଟିକରପଡା ଠାରୁ କେ. ଗୋତିଗୁଡା ପର୍ଯ୍ୟନ୍ତ ବିଷମ କଟକ ବ୍ଲକ କଂଗ୍ରେସ ତରଫରୁ ଜନ ଜାଗରଣ ଅଭିଯାନ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା l

କଂଗ୍ରେସ ତରଫରୁ ଜନ ଜାଗରଣ ଅଭିଯାନ ପଦଯାତ୍ରା ରେ ଗୋତିଗୁଡା ଠାରେ ହଜାର ହଜାର ଜନସାଧାରଣ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ସପ୍ତଗିରି ଶଙ୍କର ଉଲାକା ଙ୍କୁ ଶୋଭାଯାତ୍ରା ରେ ଶୋଭା ସ୍ଥଳକୁ ପାଛୋଟି ନେଇଥିଲେ | ଶୋଭାଯାତ୍ରା ରେ ମାନ୍ୟବର ସାଂସଦ ଙ୍କ ଉପସ୍ଥିତି ରେ ଭଇରଗୋଡୋ, ଘୋମେଟଗୁଡା, ରଘୁବାରୀ, କେ. ଗୋତିଗୁଡା ଗ୍ରାମ ରୁ ପ୍ରାୟ ୩୦୦ ରୁ ଉର୍ଦ୍ଧ ବିଜେଡ଼ି, ବିଜେପି ର ଅସନ୍ତୁଷ୍ଟ କର୍ମୀ ଓ ନେତା ଵିଧି ବଦ୍ଧ ଭାବେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ, ସାଥିରେ ଜିଲ୍ଲା ସଭାପତି ଦୁର୍ଗା ପଣ୍ଡା ଉପସ୍ଥିତ ରହିଥିଲେ l ନୀଳାମ୍ବର ବିଭୋର, ମାନସ ବେହେରା, ରମେଶ ପାଲାକା ଏବଂ ଅନ୍ୟ ମାନେ ଉକ୍ତ କାର୍ଯ୍ୟକ୍ରମ ର ନେତୃତ୍ୱ ନେଇଥିଲେ |