ସୁବର୍ଣ୍ଣପୁର ଜିଲ୍ଲାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ସ୍ମାର୍ଟ କାର୍ଡ ବିତରଣ

0
190

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୋନପୁର, (୨୫/୧୧) : ଆଜି ସୁବର୍ଣ୍ଣପୁର ଜିଲ୍ଲାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ଜରିଆରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରେ ସ୍ମାର୍ଟ କାର୍ଡ ବିତରଣ ଏବଂ ବିଭିନ୍ନ ବିଭାଗ ର ୬୭ ଗୋଟି ଜନ କଲ୍ୟାଣକାରୀ ଯୋଜନା ର ଶୁଭ ଉଦ୍ଘାଟନ କରିବା ସହିତ ୩୫ ଟି ନୂତନ ପ୍ରକଳ୍ପ ର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି lWhatsApp Image 2021 11 26 at 9.35.07 AM 1 ସୁବର୍ଣ୍ଣପୁର ଜିଲ୍ଲାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ସ୍ମାର୍ଟ କାର୍ଡ ବିତରଣ

ଏହି ଉପଲକ୍ଷେ ଆଜି ସହର ଉପକଣ୍ଠରେ ନୂତନ ଭାବରେ ନିର୍ମିତ ହୋଇଥିବା ଟାଉନ ହଲରେ କରୋନା କଟକଣା ଅନୁସାରେ ଏକ ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ମାନ୍ୟବର ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପଦ୍ମନାଭ ବେହେରା ଏବଂ ସୁଶାନ୍ତ ସିଂ ଅତିଥି ଭାବେ ଯୋଗଦାନ କରିଥିଲେ l ସୁବର୍ଣ୍ଣପୁର ଜିଲ୍ଲାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରେ ଜିଲ୍ଲାରେ ୧,୫୩,୯୦୨ ଜଣ ହିତାଧିକାରୀ ନୂଆଁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ପାଇବେ l

ଏମାନଙ୍କ ମଧ୍ୟରୁ ୬ ଟି ବ୍ଲକରେ ଗ୍ରାମ୍ୟଞ୍ଚଳ ର ୧,୪୫,୧୫୭ ଜଣ ଏବଂ ତିନୋଟି ପୌରାଞ୍ଚଳରେ ୮,୭୪୫ ଜଣ ହିତାଧିକାରୀ ଏହି ଯୋଜନାରେ ଲାଭନ୍ୱିତ ହେବେ l ଏହି କାର୍ଡ ଦ୍ୱାରା ହିତାଧିକାରୀଙ୍କ ପରିବାର ର ସବୁ ସଦସ୍ୟ ଙ୍କ ପାଇଁ ବର୍ଷ କୁ ୫ ଲକ୍ଷ ଟଙ୍କା ସହାୟତା ରହିଥିବା ବେଳେ ମହିଳାଙ୍କ ପାଇଁ ବର୍ଷ କୁ ୧୦ ଲକ୍ଷ ଟଙ୍କା ର ଚିକିତ୍ସା ସହାୟତା ରହିଛି l

ଆଜି ମଞ୍ଚରେ ମୁଖ୍ୟ ମନ୍ତ୍ରୀଙ୍କ ତରଫରୁ କିଛି ହିତାଧିକାରୀଙ୍କୁ ଏହି ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇଥିଲା l ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଜିଲ୍ଲା ର ବିଭିନ୍ନ ବିଭାଗରେ ୭୯ କୋଟି ୨୨ ଲକ୍ଷ ୧୩ ହଜାର ବ୍ୟୟ ଅଟକଳରେ ସମ୍ପୂର୍ଣ୍ଣ ହୋଇଥିବା ୬୭ ଗୋଟି ପ୍ରକଳ୍ପର ଶୁଭ ଉଦ୍ଘାଟନ ଏବଂ ୧୪୮,୦୪,୮୨୦୦୦ ବ୍ୟୟ ଅଟକଳ ରେ ୩୫ ଗୋଟି ବିଭିନ୍ନ ପ୍ରକଳ୍ପ ର ଭିତ୍ତି ପ୍ରସ୍ତର ସ୍ଥାପନ ଆଭାସୀ ଜରିଆରେ କରିଥିଲେ l

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହୋଇ ଥିବା ଏହି ସବୁ ଜନ କଲ୍ୟାଣକାରୀ ଯୋଜନା ମଧ୍ୟରେ, ୫ ଟି ଅଙ୍ଗନୱାଡି ଗୃହ, ୫ ଟି ବ୍ରିଜ୍, ୫ ଟି ଗୋଷ୍ଠୀ କେନ୍ଦ୍ର, ଶିକ୍ଷା ବିଭାଗ ର ୪ ଟି କୋଠା, ୩ ଟି ବଜାର ଉନ୍ନୟନ, ମିଶନ୍ ଶକ୍ତି ର ୨୮ ଟି କୋଠା, ଗୋଟିଏ ରାସ୍ତା, ସହରାଞ୍ଚଳ ବିକାଶ ର ୩ ଟି ପ୍ରକଳ୍ପ ଏବଂ ପାନୀୟ ଜଳ ଯୋଗାଣ ବିଭାଗ ର ୭ ଟି ପ୍ରକଳ୍ପ, ଗୋଟିଏ ଆଦର୍ଶ ପୋଖରୀ, ଗୋଟିଏ ସରକାରୀ କ୍ୱାଟର, ଦୁଇଟି କ୍ରୀଡା ପ୍ରକଳ୍ପ ଏବଂ ଦୁଇଟି ପର୍ୟଟନ ବିଭାଗ ର ପଥପ୍ରାନ୍ତ ସୁବିଧା କେନ୍ଦ୍ର ରହିଛି lWhatsApp Image 2021 11 26 at 9.35.07 AM ସୁବର୍ଣ୍ଣପୁର ଜିଲ୍ଲାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ସ୍ମାର୍ଟ କାର୍ଡ ବିତରଣ

ସେହିପରି ୩୫ ଟି ଭିତ୍ତି ପ୍ରସ୍ତର ସ୍ଥାପନ କରିଥିବା ପ୍ରକଳ୍ପ ମଧ୍ୟରେ ରହିଛି ୩ ଟି ପୋଲ, ଶିକ୍ଷା ବିଭାଗ ର ୩ ଟି କୋଠା, ସ୍ଵାସ୍ଥ୍ୟ ବିଭାଗ ର ୨ ଟି ପ୍ରକଳ୍ପ, ମିଶନ୍ ଶକ୍ତି ର ୧୮ ଟି କୋଠା, ୪ ଟି ରାସ୍ତା ,ସହରାଞ୍ଚଳ ବିକାଶ ର ୩ ଟି ପ୍ରକଳ୍ପ ଏବଂ ପାନୀୟ ଜଳ ଯୋଗାଣ ବିଭାଗ ର ୨ ଟି ପ୍ରକଳ୍ପ l ସଭାକୁ ସମ୍ବୋଧନ କରି ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଲେ ଯେ ସମଗ୍ର ରାଜ୍ୟ ତଥା ସୁବର୍ଣ୍ଣପୁର ଜିଲ୍ଲା ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ସ୍ଵଚ୍ଛ ଶାସନ କାଳରେ ସର୍ବାଙ୍ଗୀନ ଉନ୍ନତି ପଥରେ ଆଗେଇ ଚାଲିଛି l

ବର୍ତ୍ତମାନ ଜିଲ୍ଲାରେ ଅନେକ ଗୁଡିଏ ଜନ କଲ୍ୟାଣକାରୀ ଯୋଜନା ଆଗେଇ ଚାଲିଛି ଏବଂ ଏସବୁ ରୂପାୟନ କରିବାରେ ଅର୍ଥର କୌଣସି ଅଭାବ ରହିବ ନାହିଁ l ମାନ୍ୟବର ମନ୍ତ୍ରୀ ବାଣିଜ୍ୟ ଓ ପରିବହନ ଏବଂ ଯୋଜନା ରୂପାୟନ ବିଭାଗ ପଦ୍ମନାଭ ବେହେରା କହିଲେ ଯେ, ସମଗ୍ର ଦେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସିତ ଓଡିଶା ରାଜ୍ୟ ଅନେକ କ୍ଷେତ୍ରରେ ନୂତନ କିର୍ତ୍ତୀମାନ ସ୍ଥାପନ କରିବା ସହିତ ଜନସାଧାରଣ ଙ୍କ ଜୀବନ ଧାରଣ ରେ ଅନେକ ଉନ୍ନତି ଆଣି ପାରିଛି |

ଭବିଷ୍ୟତରେ ମଧ୍ୟ ଜିଲ୍ଲା ବାସୀଙ୍କ ଉନ୍ନତି କଳ୍ପେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ସହିତ ସମନ୍ଵୟ ରକ୍ଷା କରି ସୁବର୍ଣ୍ଣପୁର ରେ ଅନେକ ବିକାଶମୂଳକ କାର୍ଯ୍ୟ ହାତକୁ ନିଆଯିବ l ଶେଷରେ ମାନ୍ୟବର ମନ୍ତ୍ରୀ ସୁଶାନ୍ତ ସି, ମୁଖ୍ୟମନ୍ତ୍ରୀ ତଥା ସମସ୍ତ ଅତିଥି, ଉପସ୍ଥିତ ଜନସାଧାରଣ ତଥା ସାମ୍ବାଦିକ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ |

ଆଜିର ଉଦଘାଟିତ ହୋଇଥିବା ବିଜୁ ପଟ୍ଟନାୟକ ସୁଇମିଙ୍ଗ ପୁଲ ନିଶ୍ଚିତ ଭାବରେ ଜିଲ୍ଲା ପାଇଁ ଏକ ବିଶେଷ ଉପହାର ୪ .୭୪ କୋଟି ବ୍ୟୟ ଅଟକଳରେ ନିର୍ମିତ ଏହି ସୁଇମିଙ୍ଗ ପୁଲ ଜିଲ୍ଲାରେ ସନ୍ତରଣ ଏବଂ ଜଳକ୍ରୀଡା ପ୍ରେମୀଙ୍କ ପାଇଁ ଏକ ଅପୂର୍ବ ସୁଯୋଗ ସୃଷ୍ଟି କରିବ l ଏଥିରେ ମନ୍ତ୍ରୀମାନେ ୭ ଜଣ ମହିଳା ହିତାଧିକାରୀଙ୍କୁ ବିଜୁ ସ୍ମାର୍ଟ ସ୍ଵାସ୍ଥ୍ୟ କାର୍ଡ ବଣ୍ଟନ କରିବା ସହିତ ମିଶନ ଶକ୍ତି ଯୋଜନା ରେ ଜିଲ୍ଲା ରେ ବ୍ୟାଙ୍କ ସୁବିଧା ନ ଥିବା ୧୯ ଗୋଟି ପଞ୍ଚାୟତ ର ମହିଳା ସ୍ଵୟଂ ସହାୟକ ଦଳ ଙ୍କୁ ବ୍ୟାଙ୍କିଙ୍ଗ ମେଶିନ ପ୍ରଦାନ କରିଥିଲେ l

ସମସ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲପାଳ ଅବୋଲି ସୁନୀଲ ନରୱଣେ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସୀତାରାମ ସତପଥୀ ଏବଂ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମ୍ପନ୍ନ ହୋଇଥିବା ବେଳେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ ଅଧିକାରୀ, ମହିଳା ସ୍ୱୟଂ ସହାୟକ ଦଳ ର ମାଁ ମାନେ, ନେତୃ ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତି ବିଶେଷ, ବରିଷ୍ଠ ନାଗରିକ, ସାମ୍ବାଦିକ ପ୍ରମୁଖ ଯୋଗଦାନ କରିଥିଲେ l