Sunday, November 28, 2021
Homeଜିଲ୍ଲା ଖବରକନ୍ଧମାଳ ଜିଲ୍ଲାରେ ବର୍ଷା ଋତୁରେ ପ୍ରକୃତି ର ଲୋଭନୀୟ ଦୃଶ୍ୟ ଅତୁଳନୀୟ ଓ ଘନ କୁହୁଡ଼ି...

କନ୍ଧମାଳ ଜିଲ୍ଲାରେ ବର୍ଷା ଋତୁରେ ପ୍ରକୃତି ର ଲୋଭନୀୟ ଦୃଶ୍ୟ ଅତୁଳନୀୟ ଓ ଘନ କୁହୁଡ଼ି ର ମଜା

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ,(୨୬/୧୧) : ସତ କହିବାକୁ ଗଲେ ଧରା ପୃଷ୍ଟରେ ପ୍ରକୃତିର ଦାନ ଅତୁଳନିୟ । ଠିକ ଯେମିତି କନ୍ଧମାଳ ଜିଲ୍ଲା । କନ୍ଧମାଳ ଜିଲ୍ଲାର ପାହାଡ, ପର୍ବତ, ଜଙ୍ଗଲ, ଝରଣା ଯେତିକି ମନୋରମ କନ୍ଧମାଳ ଜିଲ୍ଲାରେ ବର୍ଷା ଋତୁରେ ପର୍ବତ ଶିଖରରେ ଭସା ବାଦଲର ଦୃଶ୍ୟ ତାଠୁ ବେଶି ମନଲୋଭା ।

ଏଥି ସହିତ କନ୍ଧମାଳ ଜିଲ୍ଲାରେ ବର୍ଷା ଋତୁରେ ସୂର୍ଯ୍ୟ ଉଦୟ ଓ ସୂର୍ଯ୍ୟ ଅସ୍ତର ଦୃଶ୍ୟ ମଧ୍ୟ ବେଶ୍ ଆକର୍ଷଣୀୟ । ଏ ସବୁ ଦୃଶ୍ୟ ଦେଖିଲେ ମନେ ହୁଏ ଯେମିତି ଭଗବାନ ପ୍ରକୃତିର ସବୁ ମନଲୋଭା ଜିନିଷ ଗୁଡାକୁ କନ୍ଧମାଳ ଜିଲ୍ଲାରେ ଅଜାଡି ଦେଇଛନ୍ତି । ବର୍ଷା ଦିନ ର ଦୃଶ୍ୟ ତ ନିଆରା । ଏ ସମୟରେ ପାହାଡ ପର୍ବତ ଶିଖରରେ ଭାସୁଥିବା ବାଦଲ କୁ ଦେଖିଲେ ଲାଗେ ଯେମିତି ଇନ୍ଦ୍ରପୁରରେ ବୁଲୁଛୁ ।

ସବୁଠୁ ବେଶ୍ ମଜାଦାର ଲାଗେ ଦିନ ର ତିନୋଟି ରୂପ କୁ ଅନୁଭବ କରିବା । ସକାଳ କୁହୁଡି ର ମଜା, ଆଠଟା ପରେ ପ୍ରବଳ ଖରା ର ଅନୁଭବ, ଅପରାହ୍ନ ଗୋଟାଏ ପରେ ଘଡଘଡି ଗର୍ଜନ ସହ କଳାହାଣ୍ଡିଆ ମେଘ ର ଆଗମନ । ଏସବୁକୁ ଦେଖିଲେ ମନେହୁଏ ଯେମିତି ସ୍ଵର୍ଗପୁର ରେ ଅଛୁ ।

ଏଣୁ ଜିଲ୍ଲା ର ଏହି ପ୍ରାକୃତିକ ସୌନ୍ଦର୍ଯ୍ୟ କୁ ଉପଭୋଗ କରିବାର ମଜା ବହୁତ୍ ବଢିଆ । ରାଇକିଆ ରେ ଦୁଇ ଦିନ ଧରି କୁହୁଡ଼ି ର ମଜା ବଢ଼ିଆ । ଚା’ ଦୋକାନ ରେ ଚା’ ପିଇବା ପାଇଁ ଲୋକମାନେ ସକାଳୁ ଉଠି ଆସି ଥିବା ର ମଧ୍ୟ ଦେଖିବାକୁ ମିଳୁଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -

Most Popular

Recent Comments