ହତ୍ୟାକାଣ୍ଡ ର ଏକ ଭିଡିଓ ଭାଇରାଲ୍ କରି ଦୁଇ ଅଭିଯୁକ୍ତ କହିଲେ, ‘ଅବ୍ ତେରି ବାରି’

0
248

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର,(୨୬/୧୧) : ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ହଷ୍ଟେଲ ପଛପଟୁ ଉଦ୍ଧାର ହୋଇଥିବା ଯୁବକଙ୍କର ମୃତଦେହ ମିଳିବା ପରେ ଏହି ହତ୍ୟାକାଣ୍ଡ ର ଏକ ଭିଡିଓ ଭାଇରାଲ୍ ହୋଇଛି ।

ଏ ନେଇ ଆସିଛି ଛାତିଥରା ଦୃଶ୍ୟ । ନୃଶଂସତା ର ସବୁ ସୀମା ଟପିଛନ୍ତି ଦୁର୍ବୃତ୍ତ । ଜଣେ ଯୁବକ ଙ୍କୁ ହତ୍ୟାକଲେ, ପ୍ରମାଣ ନଷ୍ଟ କରିବା ପାଇଁ ମୃତଦେହକୁ ପୋଡ଼ିଲେ ଓ ହତ୍ୟାକାଣ୍ଡ ର ଏକ ଭିଡିଓ କରି ଡରାଇବା ପାଇଁ ଚ୍ୟାଲେଞ୍ଜ କଲେ । ଭିଡିଓରେ ଦୁଇ ହତ୍ୟାକାରୀ ଜଣଙ୍କୁ ମାରିବା ସହ ଅନ୍ୟ ଜଣଙ୍କୁ ଧମକ ଦେଉଛନ୍ତି । କହୁଛନ୍ତି ‘ଅବ୍ ତେରି ବାରି’ ।

କାହା ଉଦ୍ଦେଶ୍ୟରେ ଏହି ଭିଡିଓ ଦୁଇ ଅଭିଯୁକ୍ତ ପ୍ରସ୍ତୁତ କରିଛନ୍ତି ତାହା ଏବେ ବଲାଙ୍ଗୀର ରେ ଚର୍ଚ୍ଚା ର ବିଷୟ ହୋଇଛି । ଦୁଇ ଅଭିଯୁକ୍ତ ହେଉଛନ୍ତି ଶୁଭମ୍ ଓ ଅମିତ । ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ପଛପଟୁ ସୁଦପଡ଼ା ର ବିଶ୍ୱଦେବ ସାହୁ ଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଥିଲା । ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ପ୍ରେମ ସମ୍ପର୍କ କୁ ନେଇ ହତ୍ୟା କରାଯାଇଥିବା ସୂଚନା ମିଳିଛି । ବିଶ୍ୱଦେବ ସାହୁ ଙ୍କୁ ଏହି ଦୁଇ ଜଣ ଘରୁ ଡାକି ନେଇ ହତ୍ୟା କରିଥିବା ପୁଲିସ କହିଛି । ଏହି ସାରା ଅଞ୍ଚଳରେ ଭୟରେ ଆତଙ୍କ ସୃଷ୍ଟି ହୋଇଛି ।