ଟିକରପଡ଼ା ଗ୍ରାମ ପଞ୍ଚାୟତ ରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ

0
277

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ,(୨୬/୧୧) : ବୋୖଦ୍ଧ ଜିଲ୍ଲା ବୌଦ୍ଧବ୍ଲକ ଅନ୍ତର୍ଗତ ଟିକରପଡ଼ା ଗ୍ରାମ ପଞ୍ଚାୟତ ରେ ଆଜି ସକାଳ ୧୦.୦୦ ଘଟିକା ଠାରୁ ବିଜୁ ନୂଆ ସ୍ମାର୍ଟ କାର୍ଡ (BSKY) ବଣ୍ଟନର ଶୁଭାରମ୍ଭ ହୋଇଛି ।

ଏହି କାର୍ଯ୍ୟକ୍ରମରେ ଟିକରପଡ଼ା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ବିଜୟ କୁମାର୍ ମାହାର, ଯୋଗାଣ ଅଧିକାରୀ ଶ୍ରୀ କ୍ଷେତ୍ରମୋହନ ଭୋଇ ଓ ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟ ଯୋଗ ଦେଇ ଶାନ୍ତି ଶୃଙ୍ଖଳା ରକ୍ଷା କରି କାର୍ଡ ବଣ୍ଟନ ଆରମ୍ଭ କରିଥିଲେ । ଏହା ଆଜିଠାରୁ ଆସନ୍ତା ରବିବାର ପର୍ଯନ୍ତ କାର୍ଡ ବଣ୍ଟନ କାର୍ଯ୍ୟ ଜାରି ରହିବ ବୋଲି ସରପଞ୍ଚ ଶ୍ରୀଯୁକ୍ତ ମାହାର କହିଛନ୍ତି । ପ୍ରଥମ ଦିନରେ ୧ ରୁ ୫୦୦ କାର୍ଡ ବଣ୍ଟନ କରାଯାଇଥିବା ବେଳେ ଅନ୍ୟ କାର୍ଡ ଗୁଡିକୁ ଆସନ୍ତା ଦିନ ଗୁଡ଼ିକରେ ବଣ୍ଟନ କରାଯିବ ବୋଲି ଶ୍ରୀଯୁକ୍ତ ମାହାର କହିଛନ୍ତି । ଏହିଭଳି ମୁଣ୍ଡିପଦର ଗ୍ରାମପଞ୍ଚାୟତ ରେ ମଧ୍ୟ ସ୍ମାର୍ଟ କାର୍ଡ଼ ବଣ୍ଟନ କରାଯାଇଥିବା ର ସୂଚନା ମିଳିଛି |