ଧଳପୁର ଗ୍ରାମପଞ୍ଚାୟତ ଡ୍ରାଇଭର ସଂଘ ତରଫରୁ ଶପଥ ବୈଠକ

0
203

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,(୨୬/୧୧) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ପଂଚାୟତ ନିକଟରେ ଓଡିଶା ଡ୍ରାଇଭର ମହାସଂଘ ଧଳପୁର ଗ୍ରାମପଞ୍ଚାୟତ ଡ୍ରାଇଭର ସଂଘ ତରଫରୁ ଶପଥ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି |f973172c 06c6 49dd bdca 8a296e0ff53a ଧଳପୁର ଗ୍ରାମପଞ୍ଚାୟତ ଡ୍ରାଇଭର ସଂଘ ତରଫରୁ ଶପଥ ବୈଠକ

ଓଡିଶା ଡ୍ରାଇଭର ମହାସଂଘ ଧଳପୁର ଗ୍ରାମପଞ୍ଚାୟତ ଡ୍ରାଇଭର ସଂଘ ତରଫରୁ ଅନୁଷ୍ଠିତ ଏହି ବୈଠକରେ ହରଭଙ୍ଗା ବ୍ଲକ ସ୍ତରୀୟ କର୍ମକର୍ତ୍ତା ଙ୍କ ସମେତ ଧଳପୁର ପଂଚାୟତ ର ପ୍ରାୟ ୪୦ ଜଣ ଡ୍ରାଇଭର ଭାଇ ଉପସ୍ଥିତ ରହିଥିଲେ | ବୈଠକ ରେ ବହୁ ଆଲୋଚନା ପରେ ବୌଦ୍ଧ ଜିଲ୍ଲା ର ସମସ୍ତ ଡ୍ରାଇଭର, ନିଜ ନିଜ ଭିତରେ ବନ୍ଧୁତା, ଭାଇଚାରା, ପଥ ପ୍ରଦର୍ଶକ, ଶାନ୍ତି ଶୃଙ୍ଖଳା, ସହଯୋଗ ମନବୃତି ଓ ବୌଦ୍ଧ ଜିଲ୍ଲା ର ସମସ୍ତ ଡ୍ରାଇଭର ଭାଇ ଙ୍କ ମଧ୍ୟରେ ଏକତା ରକ୍ଷା କରିବା ନେଇ ଜଗତ ର ନାଥ ମହାବାହୁ ଜଗନ୍ନାଥ ଙ୍କ ପାଖରେ ଶପଥ ଗ୍ରହଣ କରିଥିଲେ |