-5.7 C
Innichen
Saturday, January 22, 2022

ବୌଦ୍ଧ ଟାଉନ ରେ ମଦ୍ୟପ ଙ୍କୁ ସାବାଡ଼ କଲେ ଆଇ. ଆଇ. ସି. ତପସ୍ୱିନୀ କହଁର

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୨୭/୧୧) : ଅଦ୍ୟ ତା.୨୬/୧୧/୨୧ (ଶୁକ୍ରବାର ) ବୌଦ୍ଧ ଟାଉନ ରେ ମଦ୍ୟପ ଙ୍କୁ ସାବାଡ଼ କରିଛନ୍ତି ଆଦର୍ଶ ଟାଉନ ଥାନା ଆଇ. ଆଇ. ସି. ତପସ୍ୱିନୀ କହଁର l ସେମାନଙ୍କୁ ଧରି ତାଗିଦ କରିଛନ୍ତି l

ବୌଦ୍ଧ ଟାଉନ ରେ ମଦ୍ୟପ ଙ୍କ ଯୋଗୁଁ ବାରମ୍ବାର ଦୁର୍ଘଟଣା ହେଉଥିବା, ମଦ୍ୟପ ମାନେ ମଦ ପିଇ ଗଣ୍ଡଗୋଳ କରିବା, ମଦ ପିଇ ରାସ୍ତାରେ ଗଡ଼ିବା ଫଳରେ ସାଧାରଣ ଜନତା ଅସୁବିଧା ରେ ପଡୁଛନ୍ତି l ଗତ କାଲି ୨୫/୧୧ ରେ ଗେଲ୍ହା ମାଁ ମନ୍ଦିର ପାଖରେ ଜଣେ ମଦ୍ୟପ ବହୁତ ଜୋର ରେ ପାଟିତୁଣ୍ଡ କରୁଥିଲା ଏବଂ ମଦ ପିଇ ଗାଳିଗୁଲଜ କରୁଥିଲା, ଯାହାକି ସ୍ଥାନୀୟ ଜନସାଧାରଣ ଅତିଷ୍ଟ ହୋଇ ଆଇ. ଆଇ. ସି. ଙ୍କୁ ଜଣାଇଥିଲେ l

ଆଇ. ଆଇ. ସି. କହଁର ଆଜି ସେଭଳି ମଦୁଆ ଙ୍କୁ ସାବାଡ଼ କରିବା କୁ ଏଭଳି ପଦକ୍ଷେପ ନେଇଛନ୍ତି l ଚେତାବନୀ ପରେ ସେମାନଙ୍କୁ ଏପରି ଆଉ କେବେ ନ କରିବା ପାଇଁ ତାଗିଦ କରିଛନ୍ତି l ମାଡାମ ଙ୍କ ଏ ପ୍ରକାର ପଦକ୍ଷେପ କୁ ଜନସାଧାରଣ ସ୍ୱାଗତ କରୁଥିବାର ଦେଖିବାକୁ ମିଳିଛି l

Related Articles

Stay Connected

0FansLike
3,129FollowersFollow
19,100SubscribersSubscribe
- Advertisement -spot_img

Latest Articles