ଲ୍ୟାମ୍ପ କର୍ମଚାରୀ ଙ୍କ ୫ ଦଫା ଦାବୀ ନେଇ ଧାରଣା

0
287

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର,(୨୭/୧୧) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଥିବା ବୃହଦାକର ଆଦିବାସୀ ବହୁମୁଖୀ ସମବାୟ ସମିତି ଲି. ର ଲ୍ୟାମ୍ପ କର୍ମଚାରୀ ଙ୍କ ୫ ଦଫା ଦାବୀ ନେଇ ଧାରଣାରେ ବସିଥିବା ଦେଖିବାକୁ ମିଳିଛି ।WhatsApp Image 2021 11 27 at 1.05.27 PM ଲ୍ୟାମ୍ପ କର୍ମଚାରୀ ଙ୍କ ୫ ଦଫା ଦାବୀ ନେଇ ଧାରଣା

ଓଡିଶା ସମବାୟ ସମିତି ର ମହାସଂଘ ର ସମ୍ପାଦକ ନିଲମ୍ବର ନାୟକ ଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ସମବାୟ ସମିତି ର ଶାଖା ପରିଚାଳକ ସିହେଚ କୋଟେଶ୍ୱର ରାଓ ଙ୍କ ନେତୃତ୍ୱରେ ଲ୍ୟାମ୍ପ କର୍ମଚାରୀ ଙ୍କ ୫ ଦଫା ଦାବି ନେଇ ଚଳିତ ମାସ ୧୪ ତାରିଖ ଠାରୁ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି ।

ଦାବୀ ଗୁଡିକ ହେଲା ସିଓ ପଦବୀ ବନ୍ଦ କରାଯାଉ, ଲ୍ୟାମ୍ପ କର୍ମଚାରୀଙ୍କୁ ସରକାରୀ ପଦବୀ, ସପ୍ତମ ବେତନ ଲାଗୁ କରାଯାଉ, ବୀମା ଅନ୍ତର୍ଭୁକ୍ତ କରାଯାଉ ଓ ପଦୋନ୍ନତି ଦିଆଯାଉ ବୋଲି ଉଲ୍ଲେଖ କରିଛନ୍ତି । ଏଥିରେ ଲ୍ୟାମ୍ପ ର ଆସିପୁ ନୀଳକଣ୍ଠ, ସିଲା ନିରଞ୍ଜନ,ତାରିଣୀ ପ୍ରସାଦ ତ୍ରିପାଠୀ, ବିଭୀଷଣ ବିଶୋଇ ପ୍ରମୁଖ ଉପସ୍ଥିତ ରହିଛନ୍ତି ।