Friday, March 29, 2024

Top 5 This Week

Related Posts

କରୋନା ର ନୂଆଁ ଭାଂରିଆଟ୍ କୁ ନେଇ ଚିନ୍ତା : ପ୍ରଧାନମନ୍ତ୍ରୀଙ୍କ ଉଚ୍ଚ ସ୍ତରୀୟ ବୈଠକରେ ହେଲା ବଡ ନିଷ୍ପତ୍ତି

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ,(୨୮/୧୧) : କରୋନା ର ନୂଆଁ ଭାଂରିଆଟ୍ ବଢାଇଲା ଟେନସନ । ନୂଆଁ ଭାଂରିଆଟ୍ ଅମିକ୍ରନ ବିଶ୍ୱ ର ଚିନ୍ତା ବଢାଇଛି । ଏସବୁ ମଧ୍ୟରେ ପ୍ରଧାନମନ୍ତ୍ରୀ ଆଜି ଉଚ୍ଚ ସ୍ତରୀୟ ବୈଠକ କରିଛନ୍ତି । କ୍ୟାବିନେଟ ସଚିବଙ୍କ ସହ ବରିଷ୍ଠ ପଦାଧିକାରୀ ଏହି ବୈଠକରେ ସାମିଲ ହୋଇଥିଲେ ।

ଏଥିରେ ପ୍ରଧାନମନ୍ତ୍ରୀ କରୋନା ର ତାଜା ସ୍ଥିତି ଓ ଟିକାକରଣ ନେଇ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଦେଶରେ ଟିକାକରଣ ର ସ୍ଥିତି କଣ ରହିଛି ସେ ନେଇ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ପ୍ରଧାନମନ୍ତ୍ରୀ ମୋଦି ଙ୍କୁ ରିର୍ପୋଟ ଦେଇଛନ୍ତି । ଏଥିସହ ପ୍ରଧାନମନ୍ତ୍ରୀ ସମସ୍ତ ଅର୍ନ୍ତଜାତୀୟ ଆଗମନ, ଟେଷ୍ଟିଂ, ଟ୍ରେସି ଉପରେ ଅଧିକ ଧ୍ୟାନ ଦେବା ପାଇଁ ବୈଠକରେ କହିଛନ୍ତି । ସ୍ଥିତିକୁ ଦୃଷ୍ଟିରେ ସର୍ତକ ରହିବା ପାଇଁ, ଜିଲ୍ଲା ସ୍ତରରେ ସଠିକ ସଚେତନା ସୁନିଶ୍ଚିତ କରିବା ପାଇଁ ରାଜ୍ୟମାନଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ । କରୋନା ର ନୂଆଁ ଭାଂରିଆଟ୍ ନେଇ ବିଭିନ୍ନ ରାଜ୍ୟ ଚିନ୍ତା ପ୍ରକଟ କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ବୈଠକ ଏଭଳି ସମୟରେ ହୋଇଛି ଯେତେବେଳେ ଦେଶ ର ବିଭିନ୍ନ ରାଜ୍ୟ ର ସ୍କୁଲରେ କରୋନା ସଂକ୍ରମଣ ବଢୁଛି । ଓଡିଶା ସମେତ, ତେଲେଙ୍ଗନା, କର୍ଣ୍ଣାଟକ, ରାଜସ୍ଥାନରେ ବିଭିନ୍ନ ସ୍କୁଲର ଛାତ୍ର ଓ ଶିକ୍ଷକ କରୋନାରେ ସଂକ୍ରମିତ ହୋଇଛନ୍ତି ।

ଏପଟେ କରୋନା ର ନୂଆଁ ଭାଂରିଆଟ୍ ଅମିକ୍ରନ ସାମ୍ନାକୁ ଆସିବା ପେର ସତର୍କ ହୋଇଛନ୍ତି ସରକାର । ନୂଆଁ ଭାଂରିଆଟ୍ ଯେଉଁ ଦେଶ ର ବିପଦ ସୃଷ୍ଟି କରିଛି, ସେହି ଦେଶରୁ ଯାତ୍ରୀ ଆସିଲେ ସେମାନଙ୍କ କୋଭିଡ ଟେଷ୍ଟ ହେବ । ଯେଉଁମାନଙ୍କ ରେିପାର୍ଟ ପଜିଟିଭି ଆସିବ ସେମାନଙ୍କ ନମୁନା ଜେମନ ସିକ୍ୟୁଏନ୍ସ ପାଇଁ ଆଲଏଲଏସକୁ ପଠାଯିବ । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ବିଦେଶ ଫେରନ୍ତାଙ୍କ ଉପରେ ନଜର ରହିବ । ଯେଉଁମୋନ ବେିଦଶ ରୁ ଫେରେିବ ସେମାନ ୧୦ ଦିନ କ୍ଵାରିଣ୍ଟିଂ ରେ ରହିବେ । ଏଥିପାଇଁ ଖୁବଶୀଘ୍ର ନୂଆ ଆଡଭାଇଜରି ଜାରି କରେିବ ସରକାର ।

ଏ ନେଇ ସମସ୍ତ ଜିଲ୍ଲାପାଳ ଓ ସିଡିଏମଓ ଓ ମୁନିସିପାଲଟି କମିଶନରଙ୍କୁ ସ୍ୱାସ୍ଥ୍ୟ ବିଭାଗ ଚିଠି ଲେଖିଛି । ସ୍କୁଲ କେଲଜ ଓ ହେଷ୍ଟଲ ଉପରେ କଡା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ ମାଗର୍ଦର୍ଶିକା ମାନି ଏଠାରେ ସ୍ୱତନ୍ତ୍ର କ୍ଵାରିଣ୍ଟିଂ କେନ୍ଦ୍ର କରିବାକୁ କୁହାଯାଇଛି । ଯେଉଁ ଛାତ୍ରଛାତ୍ରୀଙ୍କ ଲକ୍ଷଣ ରହିଛି ସେମାନଙ୍କୁ ସ୍କୁଲ ନ ଆସିବାକୁ କୁହାଯାଇଛି । ଟେଷ୍ଟିଂ, ଟ୍ରାକିଂ, ଟ୍ରିଟେମଂଟ ଓ ଟିକାକରଣ ଉପେର ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

Popular Articles