୬୧୭ ତମ ଦିବସରେ ପହଞ୍ଚିଲା ଚିନ୍ମୟ ଫାଉଣ୍ଡେସନର କରୋନା ସଚେତନତା କାର୍ଯ୍ୟକ୍ରମ

0
148

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୟୁରଭଞ୍ଜ,(୨୯/୧୧) : ମୟୁରଭଞ୍ଜ ଜିଲ୍ଲା ର ଦଶରଥପୁର ବ୍ଳକ ବାବଲପୁରସ୍ଥ ଦେଶ ର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ପ୍ରାୟୋଜିତ ନିରବଚ୍ଛିନ୍ନ କରୋନା ସଚେତନତା ଓ ରିଲିଫ ଯୋଗାଣ ଇତି ମଧ୍ୟରେ ୬୧୭ ତମ ଦିବସରେ ପହଞ୍ଚିଛି ।

କରୋନା ସଚେତନତା କାର୍ଯ୍ୟକ୍ରମ ୬୧୭ ତମ ଦିବସରେ ପହଞ୍ଚିବା ଅବସରରେ ଫାଉଣ୍ଡେସନ ର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶ ଙ୍କ ନିର୍ଦ୍ଦେଶ କ୍ରମେ ମୟୁରଭଞ୍ଜ ଶାଖା ସଂଯୋଜିକା ଶ୍ରୀମତୀ ସୀତାମଣି ଦାସ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ମୟୁରଭଞ୍ଜ ଜିଲ୍ଲା ର ବିଭିନ୍ନ ଛକ, ବଜାର, ରେଲୱେ ଷ୍ଟେସନ ଆଦି ବୁଲି ବୁଲି ଲୋକମାନଙ୍କୁ ମହାମାରୀ କରୋନା ସମ୍ପର୍କରେ ସଚେତନ କରାଇବା ସହ ମାକ୍ସ, ସାନିଟାଇଜର, ସାବୁନ, ଓଆରଏସ ଆଦି ବିତରଣ କରୁଥିବାର ଦେଖିବାକୁ ମିଳିଥିଲା ।

ଏହି କାର୍ଯ୍ୟକ୍ରମରେ ସଚିନ ଦାସ, ବିକ୍ରମ ହାଁସଦା, ଶୁଭଶ୍ରୀ ଦାସ, ପ୍ରୀତମ ମାଝୀ, ବବିତା ବେହେରା, ସୂଜିତ ସିଂ, ବିଜନ ରାଣୀ ଦାସ, ଶ୍ୱେତାସ୍ମିତା ଦାସ, ଦେବେନ୍ଦ୍ର ସିଂ ଆଜି ସହଯୋଗ କରିଥିଲେ ।