Friday, March 29, 2024

Top 5 This Week

Related Posts

ବ୍ରହ୍ମପୁର ର କନେଷ୍ଟବଳ ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ନଗଦ ୫ ଲକ୍ଷ ୧୬ ହଜାର ୮୮୦ ଟଙ୍କା ଜବତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବ୍ରହ୍ମପୁର,(୨୯/୧୧) : ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ର କନେଷ୍ଟବଳ ସୁଦର୍ଶନ ପ୍ରଧାନଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି । ଏକକାଳୀନ ତିନିଟି ସ୍ଥାନରେ ଚଢ଼ାଉ କରାଯାଉଥିବାର ଖବର ମିଳିଛି ।

ଜଣେ ଏସପି, ଦୁଇ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀମାନେ ବ୍ରହ୍ମପୁର ର ଲୋଚାପଡା, ମେନ୍ ରୋଡଠାରେ ତିନି ମହଲା ବିଶିଷ୍ଟ ଆବାସିକ କୋଠା, ନିମାଖଣ୍ଡିରେ ଅବସ୍ଥିତ କୋଠା ଏବଂ ଭଞ୍ଜନଗର ଥାନା ଅନ୍ତର୍ଗତ ଗାମୁଣ୍ଡି ଗାଁରେ ଥିବା ପୈତୃକ ଘରେ ଚଢ଼ାଉ କରୁଛନ୍ତି । ବ୍ରହ୍ମପୁରର ସ୍ପେସାଲ୍ ଭିଜିଲାନ୍ସ ଜଜ ଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ର ଆଦେଶ ବଳରେ ଚଢ଼ାଉ କରାଯାଉଥିବାର ସୂଚନା ରହିଛି ।

ଏଯାବତ୍ କନେଷ୍ଟବଳ ସୁଦର୍ଶନ ପ୍ରଧାନଙ୍କ ଘରୁ ନଗଦ ୫ ଲକ୍ଷ ୧୬ ହଜାର ୮୮୦ ଟଙ୍କା ଜବତ ହୋଇଛି । ଏନେଇ ଅଧିକ ତଦନ୍ତ ଚାଲି ଛି । ଏହାର ସବିଶେଷ ରିପୋର୍ଟ କୁ ଅପେକ୍ଷା କରାଯାଇଛି ।

Popular Articles