୫ ବର୍ଷ ଝିଅ ର ଚିକିତ୍ସା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କଲେ ବାପା ଅରୁଣ

0
139

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,(୨୯/୧୧) : ଆଜି ଢେଙ୍କାନାଳ ର ଭୁବନ ବ୍ଲକ ଅନ୍ତର୍ଗତ ମଝିପାଳ ଗ୍ରାମର ଅରୁଣ ମହାରଣା ,ପିତା ୰ନନ୍ଦ କିଶୋର ମହାରଣା ନିଜ ୫ ବର୍ଷ ଝିଅ ର ଚିକିତ୍ସା ପାଇଁ ଆର୍ଥିକ ସହାୟତା ଆଶାରଖି ଦୋୖଡି ଆସିଛନ୍ତି ଜିଲ୍ଲାପାଳଙ୍କ ପାଖକୁ ।

ଅରୁଣ ମହାରଣାଙ୍କ ପରିବାର କହିଲେ ୩ ଟି ପିଲା ଆଉ ସେ । ତାଙ୍କ ସ୍ତ୍ରୀ ଙ୍କ ୨ ବର୍ଷ ପୂର୍ବେ ମୃତ୍ୟୁ ହୋଇଥିବା ବେଳେ ଏବେ ତାଙ୍କ ଝିଅ ପୁଷ୍ପାଳତା ମହାରଣା କୌଣସି ଏକ ରୋଗରେ ଆକ୍ରାନ୍ତ । ଯାହାଦ୍ୱାରା କି ତାଙ୍କ ୫ ବର୍ଷ ଝିଅ ପୁଷ୍ପାଳତା ର ମସ୍ତିଷ୍କ ଦିନକୁ ଦିନ ବଢ଼ିବାରେ ଲାଗିଛି । ଗରିବୀ ତାଙ୍କ ପିଛା ଛାଡୁନଥିବା ବେଳେ ସରକାରୀ ସହାୟତା କହିଲେ କିଛି ମିଳୁନାହିଁ, ଯାହାକି ପରିବାର ପ୍ରତିପୋଷଣ କରିବା ସହ ଝିଅର ଚିକିତ୍ସା କରିବା ତାଙ୍କପାଇଁ ସତେ ଯେପରି ସାତ ସପନ ।

ତେଣୁ ଆଜି ସେ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ଭେଟି ରେଡକ୍ରସ ପାଣ୍ଠିରୁ କିଛି ଆର୍ଥିକ ସହାୟତା ଲୋଡ଼ିବା ସହ ଯଦି ତାଙ୍କର ରାସନ କାର୍ଡ଼ ଖଣ୍ଡେ ଏବଂ ପକ୍କା ଘରଖଣ୍ଡେ ତାଙ୍କୁ ଯୋଗାଇ ଦିଆଯାଇ ପାରିବ ତେବେ ସେ ଅନେକ ଖୁସି ହେବା ସହ ନିଜ ଝିଅର ଚିକିତ୍ସା କରିପାରିବେ ବୋଲି ନିବେଦନ କରିଛନ୍ତି ।