ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ୨ ହଜାର ତଳକୁ ଖସିଲା : ୫୮ ଜଣଙ୍କ ମୃତ୍ୟୁ

0
269

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର,(୧୯/୦୭) : ୫ ଦିନ ବ୍ୟବଧାନରେ ପୁଣି ଥରେ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ୨ ହଜାର ତଳକୁ ଖସିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୬୪୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେମାନଙ୍କ ମଧ୍ୟରୁ ୯୫୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲାବେଳେ ବାକି ୬୯୩ଟି ହେଉଛି ଲୋକାଲ୍ କେସ୍‌ । ସେହିପରି ରାଜ୍ୟରେ କରୋନାରେ ଆଉ ୫୮ ଜଣ ପ୍ରାଣ ହରାଇଛନ୍ତି । ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୧୧୬କୁ ବୃଦ୍ଧି ପାଇଛି ।

ରାଜ୍ୟରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ କଟକ ଜିଲ୍ଲାରୁ ସର୍ବାଧିକ ୩୩୫ ଜଣ, ଖୋର୍ଦ୍ଧାରୁ ୨୩୦, ଯାଜପୁରରୁ ୧୧୩, ଜଗତସିଂହପୁରରୁ ୧୧୨, ଅନୁଗୋଳରୁ ୮୯, ବାଲେଶ୍ୱରରୁ ୮୩, ଭଦ୍ରକରୁ ୭୭, ମୟୂରଭଞ୍ଜରୁ ୭୭, ନୟାଗଡ଼ରୁ ୭୩ ଓ ପୁରୀ ଜିଲ୍ଲାରୁ ୬୭ ଜଣ ଅଛନ୍ତି ।

ସେହିପରି ବରଗଡ଼ ଜିଲ୍ଲାରୁ ୧୭ ଜଣ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିରରୁ ଜଣେ, ବୌଦ୍ଧରୁ ୫, ଦେବଗଡ଼ରୁ ଜଣେ, ଢେଙ୍କାନାଳରୁ ୫୪, ଗଜପତିରୁ ୫, ଗଞ୍ଜାମରୁ ୧୧, ଝାରସୁଗୁଡ଼ାରୁ ୯, କଳାହାଣ୍ଡିରୁ ୧୧, କନ୍ଧମାଳରୁ ୧୫, କେନ୍ଦ୍ରାପଡ଼ାରୁ ୫୦, କେନ୍ଦୁଝରରୁ ୨୧, କୋରାପୁଟରୁ ୬, ମାଲକାନଗିରିରୁ ୩୫, ନବରଙ୍ଗପୁରରୁ ୧୨, ନୂଆପଡ଼ାରୁ ୭, ରାୟଗଡ଼ାରୁ ୨୧, ସମ୍ବଲପୁରରୁ ୨୪, ସୋନପୁରରୁ ୧୦, ସୁନ୍ଦରଗଡ଼ରୁ ୩୩ ଓ ଷ୍ଟେଟ୍‌ ପୁଲ୍‌ରୁ ୪୪ ଜଣ ଚିହ୍ନଟ ହୋଇଛନ୍ତି ।

୧୬୪୮ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୫୫ ହଜାର ୯୭୪ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୩୦ ହଜାର ୪୧୮ ଜଣ ସୁସ୍ଥ ହୋଇସାରିଛନ୍ତି ଓ ୨୦ ହଜାର ୩୮୭ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି ।

୫୮ ଜଣ କରୋନା ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୯ ଜଣ, ବରଗଡ଼ରୁ ୭, ଗଞ୍ଜାମରୁ ୫, ବଲାଙ୍ଗିରରୁ ୪, ବାଲେଶ୍ୱର, କଟକ, ପୁରୀ ଓ ସମ୍ବଲପୁରରୁ ୩ ଜଣ ଲେଖାଏଁ, ଅନୁଗୋଳ, ଭଦ୍ରକ ଓ କେନ୍ଦ୍ରାପଡ଼ାରୁ ୨ ଜଣ ଲେଖାଏଁ ଏବଂ ବୌଦ୍ଧ, ଢେଙ୍କାନାଳ, ଯାଜପୁର, ଝାରସୁଗୁଡ଼ା ଓ ମୟୂରଭଞ୍ଜ ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୧୬କୁ ବୃଦ୍ଧି ପାଇଥିବା ବେଳେ ଅନୁଗୁଳରେ ୨୦୦, ବାଲେଶ୍ୱରରେ ୧୫୯, ବରଗଡ଼ରେ ୨୪୮, ଭଦ୍ରକରେ ୬୦, ବଲାଙ୍ଗିରରେ ୯୨, ବୌଦ୍ଧରେ ୯୭, କଟକରେ ୩୧୪, ଢେଙ୍କାନାଳରେ ୧୦୨, ଗଞ୍ଜାମରେ ୪୨୧, ଯାଜପୁରରେ ୫୯, ଝାରସୁଗୁଡ଼ାରେ ୧୩୭, କେନ୍ଦ୍ରାପଡ଼ାରେ ୧୧୧, ମୟୂରଭଞ୍ଜରେ ୧୮୫, ପୁରୀରେ ୩୦୭ ଓ ସମ୍ବଲପୁରରେ ୧୫୩କୁ ବୃଦ୍ଧି ପାଇଛି ।

ସୂଚନାଯୋଗ୍ୟ, ଜୁଲାଇ ୧୭ରେ ରାଜ୍ୟରୁ ୨୨୧୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୬ରେ ୨୧୮୨, ୧୫ରେ ୨୦୭୦, ୧୪ରେ ୨୧୧୦ ଓ ୧୩ରେ ୨୦୭୪ ଜଣ ଚିହ୍ନଟ ହୋଇଥିଲେ । ତା’ପୂର୍ବରୁ ଦୁଇ ଦିନ ଧରି ଏହି ସଂଖ୍ୟା ୨ ହଜାରରୁ କମ୍ ରହିଥିଲା ।

ଜୁଲାଇ ୧୨ରେ ୧୯୩୦ ଜଣ ଓ ଜୁଲାଇ ୧୧ରେ ୧୯୯୩ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଆଉ ଗତ ୨୪ ଘଣ୍ଟାରେ ଅର୍ଥାତ୍ ଜୁଲାଇ ୧୮ରେ ରାଜ୍ୟରେ ଏହି ସଂଖ୍ୟା ପୁଣି ୨ ହଜାର ତଳେ ରହିଛି ।