Friday, March 29, 2024

Top 5 This Week

Related Posts

ହାର୍ଡକୋର କ୍ୟାଡର ନକ୍ସଲ ଙ୍କ ମାଲକାନଗିରି ଡିଜିପି ଅଭୟଙ୍କ ନିକଟରେ ଆତ୍ମସମର୍ପଣ

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର, ତା(୧୯/୦୭) : ବଲାଙ୍ଗିର ପୁଲିସ ଜଣେ ହାର୍ଡକୋର କ୍ୟାଡର ନକ୍ସଲ ଓ ଅନ୍ୟଜଣେ ସହଯୋଗୀକୁ ଅଟକ ରଖିଥିବା ଜଣାପଡ଼ିଛି । ପୁଲିସ ଏସମ୍ପର୍କରେ ବିଶେଷ କିଛି ସୂଚନା ଦେଇ ନଥିଲେ ମଧ୍ୟ ଅଟକ ନକ୍ସଲ ଜଣକ କେକେବିଏନର ବୋଲି ଜଣାପଡ଼ିଛି ।

ଅଟକ ହାର୍ଡକୋର କ୍ୟାଡର ନକ୍ସଲ ର ନାଁ ସୁଜନ ବୋଲି କୁହାଯାଉଛି । ଉଭୟ ବଲାଙ୍ଗିର ଓ କନ୍ଧମାଳ ପୁଲିସ ତାକୁ ପଚରାଉଚରା କରୁଛି । ମିଳିଥିବା ରିପୋର୍ଟ ମୁତାବକ, ବଲାଙ୍ଗିର ଓ କନ୍ଧମାଳ ସୀମାନ୍ତବର୍ତ୍ତୀ ଗୁଡ଼ଭେଲା ଅଞ୍ଚଳରୁ ତାକୁ ଧରାଯାଇଥିଲା । ସେ ତା’ର ଜଣେ ସହଯୋଗୀ ସହିତ କନ୍ଧମାଳରୁ ବଲାଙ୍ଗିର ଜିଲ୍ଲାର ମାଓପ୍ରବଣ ଖପ୍ରାଖୋଲ ଅଞ୍ଚଳକୁ ଯାଉଥିବା ସମୟରେ ବଲାଙ୍ଗିର ପୁଲିସ ହାତରେ ଧରାପଡ଼ିଥିଲା ।

ସୂଚନାଯୋଗ୍ୟ, ଗତକାଲି ୩ଜଣ ନକ୍ସଲ ଆତ୍ମମସର୍ପଣ କରିଥିଲେ । ଜଣେ ମହିଳାଙ୍କ ସମେତ ୨ଜଣ ନକ୍ସଲ ମାଲକାନଗିରି ଏସପିଙ୍କ କାର୍ଯ୍ୟାଳୟରେ ଡିଜିପି ଅଭୟଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ । ସେହିପରି ଅନ୍ୟଜଣେ ନକ୍ସଲ କୋରାପୁଟରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles