ଆଜି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ସଚିବଙ୍କର ଢେଙ୍କାନାଳ ଗ୍ରସ୍ତ

0
171

ରିପୋର୍ଟ : ରଞ୍ଜୀତ ବେହେରା //
ଢେଙ୍କାନାଳ, (୧/୧୨) : ଆଜି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ସଚିବ ଅଞ୍ଜନା ଚୋପ୍ରା ଢେଙ୍କାନାଳ ଗ୍ରସ୍ତ ରେ ଆସିଛନ୍ତି । ଢେଙ୍କାନାଳ ଜିଲ୍ଲା ର ସର୍କିଟ ହାଉସ ଠାରେ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ଙ୍କ ସମେତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ।

ଆଜି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ସଚିବ ବର୍ତମାନ ଢେଙ୍କାନାଳରେ କୋରନା ପରିସ୍ଥିତି, କୋରନା ଦ୍ୱାରା ମୃତ୍ୟୁ ବରଣ କରିଥିବା ୨୪୪ ଜଣ ଏବଂ ଅନ୍ୟାନ୍ୟ ୫୯ ଜଣଙ୍କର ପରିବାରଙ୍କୁ କୋରନା ମୃତ୍ୟୁ ଜନିତ ସହାୟତା ପ୍ରଦାନ ସମ୍ବନ୍ଧରେ ଆଲୋଚନା କରିଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶଶାଙ୍କ ଶେଖର ଦାଶ, ଉପଜିଲ୍ଲାପାଳ ଶ୍ରୀମତୀ ସ୍ନିଗ୍ଧା ରାଣୀ ଧଳ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ପରମାନନ୍ଦ ପୃଷ୍ଟି, ଗଁଦିଆ ବିଡ଼ିଓ ଆଶିଷ ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରମୁଖ ଶାସନ ସଚିବ କୋଭିଡ଼ ହସ୍ପିଟାଲ ପରିଦର୍ଶନ କରି କୋଭିଡ଼ ଟେଷ୍ଟ ଏବଂ ଟୀକାକରଣ ସମ୍ବନ୍ଧରେ ଜିଲ୍ଲା ମୁଖ୍ୟ ଚିକିସ୍ଛା ଅଧିକରିଣୀ ସୁଜାତା ରାଣୀ ମିଶ୍ରଙ୍କ ସହ ଆଲୋଚନା କରିବା ସହ କୋଭିଡ଼ ର ତୃତୀୟ ଲହର ପାଇଁ ପୂର୍ଣ ପ୍ରସ୍ତୁତି ରହିବାକୁ ପରାମର୍ଶ ଦେଇଥିଲେ ।b36def24 4bb3 4277 93e3 70e873e4a740 ଆଜି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ସଚିବଙ୍କର ଢେଙ୍କାନାଳ ଗ୍ରସ୍ତ

ଏହାପରେ ବେଳଟିକିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି କୋଭିଡର ମୁକାବିଲା ଓ ଚିକିସ୍ଛା ବ୍ୟବସ୍ଥାକୁ ଅନୁଧ୍ୟାନ କରିଥିଲେ । ସେ ଗଁଦିଆ କୋ ଅପରେଟିଭି ସୋସାଇଟି ପରିଦର୍ଶନ କରି ଚାଷୀମାନଙ୍କୁ ମିଳୁଥିବା ସୁବିଧା ସମ୍ପର୍କରେ ଅବଗତ ହୋଇଥିଲେ ।

ଏହାପରେ ମହାପଦରେ ସପ୍ତଶତୀ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା କରାଯାଉଥିବା ଛତୁ ଚାଷ ଏବଂ କେନ୍ଦୁପଡା ଠାରେ ମା ସରସ୍ଵତୀ ମହିଳା ସହାୟକ ଗୋଷ୍ଠୀ ଦ୍ୱାରା କରାଯାଉଥିବା ଅଣ୍ଡା ଦିଆ କୁକୁଡ଼ା ଚାଷ ଫାର୍ମ ପରିଦର୍ଶନ କରି ସଦସ୍ୟ ମାନଙ୍କ ସହ ଆଲୋଚନା କରିଥିଲେ ।