ଗୋକୁଳାଷ୍ଟମୀ ମହୋତ୍ସବ ର ଶେଷ ଦିନରେ ବଟୁଲୀଳା ଓ ଅର୍ଘାସୁର ବଧ

0
175

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା,(୧/୧୨) : ବିନିକା କଂସାରୀପଡା ବ୍ରଜବିହାରୀ ନୃତ୍ୟ କଳାସଂଘ ଓ ପୂର୍ଣ୍ଣମାସୀ ଯୁବକ ସଂଘ ଆନୁକୂଲ୍ୟରେ ଦୀର୍ଘ ୭ ଦିନ ଧରି ଚାଲିଥିବା ଗୋକୁଳାଷ୍ଟମୀ ମହୋତ୍ସବ ଉଦଯାପିତ ହୋଇଯାଇଛି ।WhatsApp Image 2021 12 02 at 9.16.50 AM ଗୋକୁଳାଷ୍ଟମୀ ମହୋତ୍ସବ ର ଶେଷ ଦିନରେ ବଟୁଲୀଳା ଓ ଅର୍ଘାସୁର ବଧ

ଗୋକୁଳାଷ୍ଟମୀ ମହୋତ୍ସବ ର ଶେଷ ଦିନରେ ବଟୁଲୀଳା ଓ ଅର୍ଘାସୁର ବଧ ନାଟକ ମଞ୍ଚସ୍ଥ ହୋଇଛି । କୃଷ୍ଣ ଭୂମିକାରେ ସୁଶାନ୍ତ ସାହୁ ଅଭିନୟ କରିଥିବା ବେଳେ ବଳରାମ ସ୍ୱାଗତ ଦାସ ଅଭିନୟ କରିଥିଲେ । ବଟୁ ସୀତାରାମ ମାହାଣା, କଂସ ଅନ୍ତରାମ ସାହୁ, ମନ୍ତ୍ରୀ ସଞ୍ଜୟ ସାହୁ, ସୀତାରାମ ଦାସ, ଯଶୋଦା ସୂର୍ଯ୍ୟକୁମାର ଦାସ,ପଠାନ ରମାକାନ୍ତ ଦାସ, ଚୌକିଦାର ପ୍ରଭଞ୍ଜନ ମାହାଣା, ସକ୍ଷୀ ଶ୍ରୀତମ, ଅଂଶୁମାନ, ସୁହାନ, ସତ୍ୟନାରାୟଣ ଗୋପାଳପୁଅ ବଜରଙ୍ଗ, ବିଶ୍ୱଜିତ, ସ୍ୱୟଂ, କ୍ରିଷ୍ଣା, ଅଂଶୁ, ଅନୁରାଗ, ଅଭିନାଶ, କାହ୍ନା, ଶ୍ରୀମାନ, ଆଦର୍ଶ ପ୍ରମୁଖ ଅଭିନୟ କରିଥିଲେ ।

ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ର କୁନି କୁନି କଳାକାର ମାନଙ୍କୁ ନେଇ ୨ ଦିନ ଧରି ନାଚ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ କଳାକାର ଶ୍ୱାସତ ତ୍ରିପାଠୀ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିନିକା ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧକ୍ଷା ରେଖା ପ୍ରଧାନ, ବିନିକା ବାଳକ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ନୀଳାଚଳ ମେହେର, ଯୁବ କଳାକାର ଅମିତ ବିକ୍ରମ ମିଶ୍ର ପ୍ରମୁଖ ଜର୍ଜ ଭାବେ ଯୋଗଦେଇ ପ୍ରଥମ, ଦ୍ଵିତୀୟ, ତୃତୀୟ ସ୍ଥାନ ଅଳଙ୍କୃତ କରିଥିବା ପ୍ରତିଯୋଗୀ ମାନଙ୍କୁ ଚୟନ କରିଥିଲେ ।

ଏଥିରେ କମିଟି ସଭାପତିପ୍ରସନ୍ନ ଦାସ ସମ୍ପାଦକ ସଞ୍ଜୟ ଦାସ, ପଦ୍ମଲୋଚନ ସାହୁ, ସୂର୍ଯ୍ୟନାରାୟଣ ଦାସ, ସୀତାରାମ ଦାସ ଙ୍କ ସମେତ ସମସ୍ତ ସଦସ୍ୟ ଯାତ୍ରା ପରିଚାଳନା ରେ ସହଯୋଗ କରିଥିଲେ ।