Friday, March 29, 2024

Top 5 This Week

Related Posts

ସ୍ୱର୍ଗତ ଅଟଳ ବିହାରୀ ପଣ୍ଡାଙ୍କ ଜନ୍ମଦିନରେ “ଅଟଳ ପୁସ୍ତକ” ଉନ୍ମୋଚିତ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୧/୧୨) : ବିନିକା ମାଟିର ଗୌରବ ତଥା ଶଲାବୁଢ଼ା ଚଳଚ୍ଚିତ୍ର ଅଭିନେତା ସ୍ୱର୍ଗତ ଅଟଳ ବିହାରୀ ପଣ୍ଡାଙ୍କ ଆଜି ଡିସେମ୍ବର ୧ ତାରିଖ ଜନ୍ମ ଜୟନ୍ତୀ ଅବସରରେ ବିନିକା ପାପକ୍ଷୟ ଲୋକ ମହୋତ୍ସବ କମିଟି ପକ୍ଷରୁ ବିନିକା ଏନଏସି କମ୍ୟୁନିଟି ସେଣ୍ଟର ଠାରେ ଅଟଳ ପୁସ୍ତକ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ସ୍ୱର୍ଗତ ଅଟଳ ବିହାରୀ ପଣ୍ଡାଙ୍କ ଜନ୍ମଦିନରେ “ଅଟଳ ପୁସ୍ତକ” ଉନ୍ମୋଚନ ଉତ୍ସବ ରେ ମୂଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟ ନାରାୟଣ ଦାଶ, ମୁଖ୍ୟବକ୍ତା ପ୍ରକଳ୍ପ ଅଧିକାରୀ ଡୋଲାମଣି ପଟେଲ, ସମ୍ମାନିତ ଅତିଥି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ କୁମାର ରଥ, କମିଟି ସଭାପତି ଧର୍ମରାଜ ପଣ୍ଡା, ସରକାରୀ ଓକିଲ ସୁଧାଂଶୁ ଶେଖର ଦାଶ, ଶାଶ୍ଵତ କୁମାର ତ୍ରିପାଠୀ, ଭୀମସେନ ସାହୁ, ଉସତ କର, ସମୀର ରଞ୍ଜନ ପଣ୍ଡା ପ୍ରମୁଖ ଯୋଗଦେଇ ପୁସ୍ତକ ଉନ୍ମୋଚିତ କରିଥିଲେ । ଶିକ୍ଷକ ହିମାଂଶୁ ଭୁଷଣ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ବହୁ ଅଟଳ ପ୍ରେମୀ ଯୋଗଦେଇଥିଲେ ।

Popular Articles