Friday, March 29, 2024

Top 5 This Week

Related Posts

ସମ୍ଭାବ୍ୟ ଲଘୁଚାପ ଜନିତ ବର୍ଷା କୁ ମୁକାବିଲା ପାଇଁ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,(୨/୧୨) : ବଙ୍ଗୋପସାଗର ରେ ସୃଷ୍ଟି ହେଉଥିବା ସମ୍ଭାବ୍ୟ ଲଘୁଚାପ ଜନିତ ବର୍ଷା ର ମୁକାବିଲା ନିମନ୍ତେ ଆଜି ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତା ରେ ଭରଚୁଆଲ ମୋଡ଼ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

କଟାଯାଇଥିବା ଧାନ କୁ ଯଥାଶୀଘ୍ର ସୁରକ୍ଷିତ ସ୍ଥାନରେ ରଖିବାକୁ ବିହିତ ବ୍ୟବସ୍ତା କରିବା ନିମନ୍ତେ ଜିଲ୍ଲାପାଳ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସମ୍ଭାବ୍ୟ ଲଘୁଚାପ ଜନିତ ବର୍ଷା କୁ ନଜର ରେ ରଖି ଚାଷୀମାନେ କରିଥିବା ପନିପରିବା କୁ ଯଥାଶୀଘ୍ର ସଂଗ୍ରହ କରିବାକୁ ମଧ୍ୟ ସୂଚନା ଦେଇଥିଲେ । ବର୍ଷା ଯୋଗୁଁ ଗଛ ଭାଙ୍ଗି ରାସ୍ତା ଅବରୋଧ ହେଲେ ଏହାକୁ କାଟି ଗମନାଗମନ ସୁବିଧା କରିବାକୁ ଅଗ୍ନିସେବା ଅଧିକାରୀଙ୍କୁ କହିଛନ୍ତି ।

ଆବଶ୍ୟକ ସ୍ଥଳେ ଚିକିତ୍ସା ସେବା ଯୋଗାଇ ଦେବାକୁ CDMO ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତଳିଆ ଅଞ୍ଚଳରେ କଚ୍ଚା ଘରେ ବାସ କରୁଥିବା ଲୋକମାନଙ୍କୁ ଆବଶ୍ୟକ ସ୍ଥଳେ ନିକଟସ୍ଥ ଆଶ୍ରୟସ୍ଥଳ/ବିଦ୍ୟାଳୟ କୁ ସ୍ଥାନାନ୍ତରଣ କରି ଚୁଡା, ଗୁଡ ଆଦି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆବଶ୍ୟକ ସ୍ଥଳେ ଗୃହପାଳିତ ପଶୁ ପକ୍ଷୀ ମାନଙ୍କୁ ମଧ୍ୟ ସ୍ଥାନାନ୍ତରଣ କରିବାକୁ CDMO ଙ୍କୁ ନିର୍ଦ୍ଦେଶ କରିଛନ୍ତି ।

ସମ୍ଭାବ୍ୟ ବର୍ଷ। କୁ ଦୃଷ୍ଟିରେ ରଖି ସମସ୍ତଙ୍କ ଧନ ଜୀବନ କୁ ସୁରକ୍ଷିତ ରଖିବା ପାଇଁ ସମସ୍ତ ପ୍ରକାରର ଆଗୁଆ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶଶାଙ୍କ ଶେଖର ଦାଶ ପ୍ରକାଶ କରିଥିଲେ । ପରିଶେଷରେ ଓସଡ଼ମା ର DPO ଶ୍ରୀ ନିମାଇଁ ଚରଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Popular Articles