Thursday, March 28, 2024

Top 5 This Week

Related Posts

ରାୟଗଡାଜିଲ୍ଲା ଆଇନ ସେବା ପ୍ରାଧିକରଣ, ରାୟଗଡା ପକ୍ଷରୁ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡା,(୦୩/୧୨) : ଡିସେମ୍ବର ୩ ତାରିଖରେ କୋଲନରା ସ୍ଥିତ ନୂତନ ଜ୍ଞାନବର୍ଦ୍ଧିନୀ ସ୍ୱତନ୍ତ୍ର ବିଦ୍ୟାଳୟ ପରିସରରେ ରାୟଗଡାଜିଲ୍ଲା ଆଇନ ସେବା ପ୍ରାଧିକରଣ, ରାୟଗଡା ତରଫରୁ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି l

ରାୟଗଡାଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଜଜ ତଥା ଡିଏଲଏସଏ ଅଧ୍ୟକ୍ଷ ଶ୍ରୀ ବିକ୍ରମ କେଶରୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ଶ୍ରୀ ମନୋରଞ୍ଜନ ମିଶ୍ର, ଜେଏମଏଫସି ଶ୍ରୀ ଗୁରୁ ଚନ୍ଦ୍ର ଜେନାମଣି, ନ୍ୟାୟାଧିକାରୀ ଶ୍ରୀ ଯୁଧିଷ୍ଠିର ଦଳେଇ, ବରିଷ୍ଠ ଆଇନଜୀବୀ ଶ୍ରୀ ସାମୁଏଲ ତାଣ୍ଡି, ଜେକେ କାଗଜ କଳ ର ପ୍ରମୁଖ ପ୍ରବନ୍ଧକ ଶ୍ରୀ ପ୍ରଫୁଲ୍ଲ କୁମାର ଧଳ, ପ୍ରୋଗ୍ରାମ ଅଫିସର ମିସ କାମିନୀ ସିଂ, ଫିଜିଓଥେରାପିସ୍ଟ ଦାମୋଦର ଚାନ୍ଦ ପ୍ରମୁଖ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ la3c28e6e eab7 43f4 83ff da124d81ce1b ରାୟଗଡାଜିଲ୍ଲା ଆଇନ ସେବା ପ୍ରାଧିକରଣ, ରାୟଗଡା ପକ୍ଷରୁ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ

ଜିଲ୍ଲା ଜଜ ଶ୍ରୀ ପଟନାୟକ ନିଜର ବକ୍ତବ୍ୟରେ ଆଜିର ଦିବସ ପାଳନ ଅବସରରେ ଭିନ୍ନକ୍ଷମ ମାନେ କିପରି ନିଜସ୍ୱ ଉଦ୍ୟମରେ ସମାଜର ବିଭିନ୍ନ କ୍ଷେତ୍ର ରେ ସୁପ୍ରତିଷ୍ଠିତ ହୋଇପାରିଛନ୍ତି ସେ ସମ୍ପର୍କ ରେ ଆଲୋଚନା କରିଥିଲେ l ସଚିବ ଶ୍ରୀ ମିଶ୍ର ନିଜ ଅଭିଭାଷଣ ରେ ଭିନ୍ନକ୍ଷମ ମାନେ ବ୍ୟକ୍ତିଗତ ତଥା ବୃତ୍ତିଗତ ସ୍ତର ରେ କର୍ତ୍ତବ୍ୟନିଷ୍ଟ ହେଇ ଭାରତ କୁ ଏକ ଉନ୍ନତ ଓ ସମୃଦ୍ଧ ଗଣତାନ୍ତ୍ରିକ ରାଷ୍ଟ୍ର ଗଠନ ରେ ନିଜର ଯୋଗଦାନ କରିବାକୁ ଅନୁରୋଧ କରିବା ସହ ପିଲା ମାନଙ୍କ ର ଶୃଙ୍ଖଳା ତଥା ବହୁମୁଖି ପ୍ରତିଭା କୁ ପ୍ରଶଂସା କରିଥିଲେ l

ପ୍ରବନ୍ଧକ ଶ୍ରୀ ଧଳ ନିଜ ର ଅଭିଭାଷଣ ରେ ଆଜିର ଦିବସ ପାଳନ ର ଯଥାର୍ଥତା ସମ୍ପର୍କ ରେ କହିବା ସହିତ ଆଗାମୀ ଦିନ ରେ ବିଦ୍ୟାଳୟ ରେ ହେବାକୁ ଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ l ପରିଶେଷରେ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ସମସ୍ତ ଅତିଥି ମାନଙ୍କୁ କାମିନୀ ସିଂ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମ ପରିଚାଳନା ରେ ବିଦ୍ୟାଳୟ ର ଅଧ୍ୟକ୍ଷ, କର୍ମଚାରୀ ବୃନ୍ଦ ତଥା ଆଇନସେବା ପ୍ରାଧିକରଣ ର କର୍ମଚାରୀ ମାନେ ସହଯୋଗ କରିଥିଲେ l

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles