Thursday, March 28, 2024

Top 5 This Week

Related Posts

କୋଭିଡ କଟକଣା କୁ କଠୋର ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,(୦୩/୧୨) : ଆଜି ପୂର୍ବାହ୍ନ ରେ ଜିଲ୍ଲା କାର୍ଯ୍ୟାଳୟ ଅଶ୍ଵାନ ସଭାଗୃହରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ମିଳିତ ସମନ୍ୱୟ ବୈଠକରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଅଧ୍ୟକ୍ଷତା କରି ଢେଙ୍କାନାଳ ଜିଲ୍ଲାରେ କାରୋନା ସଂକ୍ରମଣ ବଢିବା ପରେ କୋଭିଡ କଟକଣା କୁ ପୁଣିଥରେ କଡାକଡି କରିବାକୁ ନିର୍ଦ୍ଦେଶ ।

କରୋନ ର ନୂଆଁ ଭାରିଆଣ୍ଟ ଓମିକ୍ରନ ଭାରତ ଛୁଇଁବା ଓ କରୋନା ସଂକ୍ରମଣ ବଢିବା ପରେ ତୃତୀୟ ଲହର ଆଶଙ୍କା ବଢ଼ୁଥିବାରୁ ଏହାର ମୁକାବିଲା ପାଇଁ କୋଭିଡ କଟକଣା କୁ କଠୋର କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ର ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ଛାତ୍ର ଛାତ୍ରୀ ମାନେ କୋଭିଡ ଚିହ୍ନଟ ହେବା ପରେ ଘରୋଇ ଶିକ୍ଷାନୁଷ୍ଠାନ ଉପରେ କଡା କଡି ନଜର ରଖାଯାଇଛି । କଲେଜ ଓ ଆବାସିକ ବିଦ୍ୟାଳୟ ଗୁଡିକରେ ମଧ୍ୟ କୋଭିଡ ନିୟମ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଛାତ୍ରାବାସ ଗୁଡିକୁ ସାନିଟାଇଜ କରିବା ସହିତ ଅନ୍ତେବାସୀମାନେ ସର୍ବଦା ମାସ୍କ ବ୍ୟବହାର, ସାମାଜିକ ଦୂରତା ଏବଂ ସାନିଟାଇଜର ବ୍ୟବହାର ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି । ସର୍ବସାଧାରଣ ସ୍ଥାନ ଗୁଡିକରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବା ପାଇଁ ବାଧ୍ୟତାମୂଳକ କରାଯାଇଛି । ସାମାଜିକ ଦୂରତା, ମାସ୍କ ବ୍ୟବହାର ନ କରୁଥିବା ବ୍ୟକ୍ତି ମାନଙ୍କ ଠାରୁ ଜୋରିମାନ ଆଦାୟ କରିବା ସହିତ ଏନଫୋର୍ସମେଣ୍ଟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ପୋଲିସ ବିଭାଗ ଓ ଏନଫୋର୍ସମେଣ୍ଟ ଦଳ ଗୁଡିକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟବସାୟ ପ୍ରତିଷ୍ଠାନ ଓ ମଲ ମାନଙ୍କରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା ଏବଂ କୋଭିଡ ନିୟମ ପାଳନ କରିବାକୁ ଗୁରୁତ୍ୱ ଦେଇଛନ୍ତି ଏବଂ ଦୋକାନୀ ଓ ଗ୍ରାହକ ମାସ୍କ ପରିଧାନ, ସାମାଜିକ ଦୂରତା ବଜାୟ ନ ରଖି ଦୋକାନ ସିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜନସାଧାରଣଙ୍କ ସଚେତନତା ପାଇଁ ଡାକବାଜି ଯନ୍ତ୍ର ଯୋଗେ ଦିନ କୁ ଦୁଇ ଥର ପ୍ରଚାର କରି କୋଭିଡ ନିୟମ ପାଳନ ପାଇଁ ଅଧିକ ସଚେତନ କରାଇବାକୁ ବି . ଡି . ଓ . ଏବଂ ପୌର ନିର୍ବାହୀ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଜିଲ୍ଲାରେ କୋଭିଡ ସଂକ୍ରମଣ ବଢୁଥିବାରୁ ମେଳା, ସାଂସ୍କୃତିକ କାର୍ଯକ୍ରମ ବନ୍ଦ ରଖିବା ସହିତ ବିବାହ ବ୍ରତ ଆଦି କାର୍ଯ୍ୟକ୍ରମ ଗୁଡିକରେ ୧୦୦ ଲୋକ ମଧ୍ୟରେ ସୀମିତ ରଖିବା ପାଇଁ ଏବଂ ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ କୁ କଡାକଡି କରିବାକୁ ପୋଲିସି ପ୍ରଶାସନ କୁ ଜିଲ୍ଲାପାଳ କୋଭିଡ ଦେଇଛନ୍ତି ଏହି ଅବସରରେ ଆଜି ଅପରାହ୍ନରେ ଜିଲ୍ଲାପାଳ ଜିଲ୍ଲାର ସମସ୍ତ ଘରୋଇ ଶିକ୍ଷାନୁଷ୍ଠାନର କର୍ମକର୍ତ୍ତା ଙ୍କ ସହିତ କୋଭିଡ କଟକଣା ସମ୍ପର୍କରେ ଛାତ୍ର ଛାତ୍ରୀ ମାନଙ୍କୁ ସଚେତନ କରାଇବା, କୌଣସି ଛାତ୍ର ଛାତ୍ରୀଙ୍କ ଦେହ ଖରାପ ହେଲେ ତୁରନ୍ତ ପ୍ରଶାସନକୁ ଅବଗତ କରାଇବାକୁ ଓ ହଷ୍ଟେଲ ଗୁଡିକୁ ସାନିଟାଇଜ କରାଇବା ଏବଂ କୋଭିଡ ନିୟମ ପାଳନ କରିବାକୁ ଶିକ୍ଷାନୁଷ୍ଠାନ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଓ ଏଥିରେ ବ୍ୟତିକ୍ରମ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶଶାଙ୍କ ଶେଖର ଦାଶ, ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷକ ଶ୍ରୀ ଶିଶୁରଞ୍ଜନ ମହାପାତ୍ର, ସଦର ଉପଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧାରଣୀ ଧଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା . ସୁଜାତା ରାଣୀ ମିଶ୍ର , ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ବେହେରା, ଭାରପ୍ରାପ୍ତ ଟାଉନ ଥାନା ଅଧିକାରୀ ଶ୍ରୀ ସୌଭାଗ୍ୟ କୁମାର ସ୍ୱାଇଁ, ଭାରପ୍ରାପ୍ତ ସଦର ଥାନା ଅଧିକାରୀ ଶ୍ରୀ ଅଭିନବ ଡାଳୁଆ, ପୌର ନିର୍ବାହୀ ଅଧିକାରୀ ଶ୍ରୀ ଅତନୁ କୁମାର ସାମନ୍ତ, ଆପତ କାଳୀନ ଅଧିକାରୀ, ଡି.ପି.ଏମ. ସୋନାଲୀ ପ୍ରିୟଦର୍ଶନୀଙ୍କ ସମେତ ବିଭାଗୀୟ ଅଧିକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Popular Articles